କେନ୍ଦୁଝର: କୋରୋନା ମହାମାରୀ ସହ ସମସ୍ୟା ବଢାଇଛି 'ଅମ୍ଫାନ' । ଆଜି(ବୁଧବାର) 'ଅମ୍ଫାନ' ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ଏହାର ପ୍ରଭାବ ଯୋଗୁଁ ଓଡ଼ିଶାର ତଟବର୍ତ୍ତୀ ଜିଲ୍ଲା ସହ କେନ୍ଦୁଝରରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି ।
'ଅମ୍ଫାନ' ପ୍ରଭାବରେ କେନ୍ଦୁଝରରେ ଲଗାଣ ବର୍ଷା - ଅମ୍ଫାନ ନ୍ୟୁଜ
'ଅମ୍ଫାନ' ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ତୁହାକୁ ତୁହା ବର୍ଷା । ଏହି ବର୍ଷା ଦ୍ବାରା ଜନଜୀବନ ସାମାନ୍ୟ ବାଧାପ୍ରାପ୍ତ ହୋଇଛି ।
'ଅମ୍ଫାନ' ପ୍ରଭାବରେ କେନ୍ଦୁଝରେ ପ୍ରବଳ ବର୍ଷା
ମଙ୍ଗଳବାର ବିଳମ୍ବିତ ରାତିରୁ ଏହି ବର୍ଷା ଆରମ୍ଭ ହୋଇଥିଲେ ହେଁ ଆଜି(ବୁଧବାର) ଏହାର ମାତ୍ରା ଅଧିକ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ସହ ତୁହାକୁ ତୁହା ବର୍ଷା ହେଉଛି । ଏହି ବର୍ଷା ଦ୍ବାରା ଜନଜୀବନ ସାମାନ୍ୟ ବାଧାପ୍ରାପ୍ତ ହୋଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ