ଓଡିଶା

odisha

ETV Bharat / state

ଅମିତ ଶାହାଙ୍କ ଗସ୍ତକୁ ନେଇ ସାମ୍ବାଦିକ ସମ୍ମିଳନୀ - pressmeet for amit shah visit odisha

ଆସନ୍ତା ଫେବୃୟାରୀ 28ରେ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ଏନେଇ ବୁଧବାର କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।

amit shah visit odisha in february 28
ଅମିତ ଶାହାଙ୍କ ଗସ୍ତକୁ ନେଇ ସାମ୍ବାଦିକ ସମ୍ମିଳନୀ

By

Published : Feb 26, 2020, 5:02 PM IST

କେନ୍ଦୁଝର: ଆସନ୍ତା ଫେବୃୟାରୀ 28ରେ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ଏନେଇ ବୁଧବାର କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।

ଅମିତ ଶାହାଙ୍କ ଗସ୍ତକୁ ନେଇ ସାମ୍ବାଦିକ ସମ୍ମିଳନୀ

ଦେଶରେ ଦିନକୁ ଦିନ ଅରାଜକତା, ହିଂସା ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ଆଇନ ପ୍ରଣୟନ ପରେ କିଛି ସଂଖ୍ୟଲଘୁ ଗୋଷ୍ଠୀ ପକ୍ଷରୁ ଏହାକୁ ସାରା ଭାରତରେ ବିରୋଧ କରାଯାଉଛି । ଏନେଇ ବହୁ ସ୍ଥାନରେ ଦଙ୍ଗା ସୃଷ୍ଟି ମଧ୍ୟ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ଏହି ଆଇନ କୌଣସି ସମ୍ପ୍ରଦାୟ ବିରୋଧରେ ନୁହେଁ ବରଂ ଦେଶରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ହୋଇଛି ।

ଏଣୁ ଏହି ଆଇନ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ସାରା ଦେଶରେ ବିଜେପି ପକ୍ଷରୁ ପ୍ରଚାର ଆରମ୍ଭ କରାଯାଉଛି । ଯାହାକୁ ନେଇ ଆସନ୍ତା ୨୮ ତାରିଖରେ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ସେ ଭୁବନେଶ୍ବର ଆସି ଏକ ବିଶାଳ ସମାବେଶରେ ଯୋଗ ଦେବେ ।

ଏହାକୁ ସଫଳ କରିବା ପାଇଁ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାରୁ 15 ହଜାରରୁ ଉର୍ଦ୍ଧ୍ବ ସାଧାରଣ ଲୋକ ଯୋଗ ଦେବା ନେଇ ସମ୍ମିଳନୀରେ ଜିଲ୍ଲା ବିଜେପି ପକ୍ଷରୁ ପ୍ରକାଶ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details