ଓଡିଶା

odisha

ETV Bharat / state

ରୋଗୀକୁ ନେବାକୁ ଆସି ରାସ୍ତାରେ ଫସିଲା ଆମ୍ବୁଲାନ୍ସ, 4 ଘଣ୍ଟା ପରେ ହେଲା ଉଦ୍ଧାର - ambulance stopped on the village road t

ରୋଗୀ ନେବାକୁ ଆସି ଗାଁ ରାସ୍ତା କାଦୁଅରେ ଅଟକିଲା ଆମ୍ବୁଲାନ୍ସ । ଶେଷରେ ଟ୍ରାକ୍ଟର ଯୋଗେ ଆମ୍ବୁଲାନ୍ସକୁ ଉଦ୍ଧାର କରାଗଲା । ଅଧିକ ପଢନ୍ତୁ..

ରୋଗୀକୁ ନେବାକୁ ଆସି ଗାଁ ରାସ୍ତା ରେ ଅଟିକିଲା ଆମ୍ବୁଲାନ୍ସ
ରୋଗୀକୁ ନେବାକୁ ଆସି ଗାଁ ରାସ୍ତା ରେ ଅଟିକିଲା ଆମ୍ବୁଲାନ୍ସ

By

Published : Aug 2, 2021, 1:22 PM IST

କେନ୍ଦୁଝର:ରୋଗୀ ନେବାକୁ ଆସି ଗାଁ ରାସ୍ତା କାଦୁଅରେ ଅଟକିଲା ଆମ୍ବୁଲାନ୍ସ । ଶେଷରେ ଟ୍ରାକ୍ଟର ଯୋଗେ ଆମ୍ବୁଲାନ୍ସକୁ ଉଦ୍ଧାର କରାଗଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଟାଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ବାଲିବନ୍ଧ ଗ୍ରାମରେ । ଏ ଦୃଶ୍ୟ ଦେଖିବା ପରେ ବିକାଶ କେତେ ଦୂର ଛୁଇଁଛି ଏହି ଗାଁକୁ ତାହା ବେଶ ବାରି ହୋଇପଡୁଛି ।

ରୋଗୀକୁ ନେବାକୁ ଆସି ଗାଁ ରାସ୍ତା ରେ ଅଟିକିଲା ଆମ୍ବୁଲାନ୍ସ

ଗ୍ରାମର ଜଣେ ବୃଦ୍ଧା ମହିଳା ଜୟଶ୍ରୀ ଦାସଙ୍କ ଦେହ ଖରାପ ଥିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଏହା ପରେ ଗ୍ରାମକୁ ଆମ୍ବୁଲାନ୍ସ ଆସିବା ସମୟରେ ରୋଗୀଙ୍କ ଘର ନିକଟକୁ ଯାଇନପାରି ରାସ୍ତାରେ ହୋଇଥିବା କାଦୁଅରେ ଅଟକିଯାଇଥିଲା । ଶେଷରେ ଦିର୍ଘ ୪ଘଣ୍ଟା ପରେ ଟ୍ରାକ୍ଟର ଯୋଗେ ଆମ୍ବୁଲାନ୍ସଟିକୁ ଉଦ୍ଧାର କରାଯିବାରୁ ବୃଦ୍ଧା ମହିଳା ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଯାଇଥିଲେ ।

ତେବେ ଗ୍ରାମରେ ରାସ୍ତା ଖରାପ ଥିବା ନେଇ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଫଳରେ ଏଭଳି ବାରମ୍ବାର ଦୃଶ୍ୟ ଦେଖିବାକୁ ମିଳୁଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details