ଓଡିଶା

odisha

ETV Bharat / state

ବେଆଇନ ଖଣିଜ ଦ୍ରବ୍ୟ ଚୋରାଚାଲାଣ; ୩ ଆଇରନ ବୋଝେଇ ଟ୍ରକ ଜବତ, 6 ଗିରଫ - Allegations of smuggling of minerals

କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଦ୍ବାରା ୬ ଜଣ ଆଇରନ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି । ଏହାସହ ମାଙ୍ଗାନିଜ ଓ ଲୁହାପଥର ବୋଝେଇ ୩ଟି ୧୬ ଚକିଆ ଟ୍ରକକୁ ମଧ୍ୟ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

୩ ଆଇରନ ବୋଝେଇ ଟ୍ରକ ସହ 6 ଗିରଫ
୩ ଆଇରନ ବୋଝେଇ ଟ୍ରକ ସହ 6 ଗିରଫ

By

Published : Jan 15, 2021, 3:20 PM IST

Updated : Jan 15, 2021, 3:57 PM IST

କେନ୍ଦୁଝର: ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବେଳେ ପୋଲିସର ଚଢାଉ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଦ୍ବାରା ୬ ଜଣ ଆଇରନ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି । ଏହାସହ ମାଙ୍ଗାନିଜ ଓ ଲୁହାପଥର ବୋଝେଇ ୩ଟି ୧୬ ଚକିଆ ଟ୍ରକକୁ ମଧ୍ୟ ଜବତ କରିଛି ପୋଲିସ ।

୩ ଆଇରନ ବୋଝେଇ ଟ୍ରକ ସହ 6 ଗିରଫ

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବଲାଣି ଅଞ୍ଚଳର କ୍ଷୀରୋଦ ବିରୁଲି ଓ ରାଜେନ ମୁଣ୍ଡା, ପଶ୍ଚିମବଙ୍ଗର ମଣ୍ଟୁ କୁମାର, ସୋହେଲ ଖାନ ଓ ରାଜା ସିଂ ଏବଂ ବିହାରର ଚନ୍ଦନ କୁମାର ଦାସ ବୋଲି ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏମଡ଼ି ଫିରୋଜ ଫେରାର ହୋଇଯାଇଥିବା ଜଣାପଡିଛି।

ପୋଲିସ ଏସଆଇ ଅଭିମନ୍ୟୁ ଦାସଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ମାନେ ଲସର୍ଦା ଅଞ୍ଚଳରୁ ଲୁହାପଥର ଏବଂ ମାଙ୍ଗାନିଜକୁ ଟ୍ରକ ଯୋଗେଁ ଜାମସେଦପୁରକୁ ଚୋରା ଚାଲାଣ କରୁଥିଲେ । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jan 15, 2021, 3:57 PM IST

ABOUT THE AUTHOR

...view details