ଆନନ୍ଦପୁର: ଯୁବତୀଙ୍କୁ ବିବାହ ପାଇଁ ମାନସିକ ନିର୍ଯ୍ୟାତନା ସହ ହତ୍ୟା ଧମକ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବଳରାମପୁର ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା । ସମ୍ପୃକ୍ତ ଯୁବତୀ ଜଣକ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ଟ୍ବିଟ୍ ଯୋଗେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ବଳରାମପୁର ଗାଁର ଦିନେଶ ବିଶ୍ବାଳ ସେହି ଗ୍ରାମର ଜଣେ ଯୁବତୀଙ୍କ ବିବାହ ପାଇଁ ବାଧ୍ୟ କରି ଆସୁଛନ୍ତି । ଯୁବତୀ ଜଣକ ବିବାହ ପାଇଁ ପ୍ରତ୍ୟାଖାନ କରିବାରୁ ସେ ତାଙ୍କୁ ମାରିବାର ଧମକ ମଧ୍ୟ ଦେଇଛନ୍ତି । ଯେଉଁ କାରଣରୁ ଯୁବତୀଟି 15 ଦିନ ହେବ ଗୃହବନ୍ଦୀ ଅଛନ୍ତି ।