ଆନନ୍ଦପୁର :କେନ୍ଦଝରଜିଲ୍ଲାର ଆନନ୍ଦପୁର ଉପଖଣ୍ଡକୁ ଅନେକ କ୍ଷେତ୍ରରେ ଅବହେଳା କରାଯାଉଥିବା ବେଳେ ଏସବୁକୁ ବିରୋଧ କରି ତାତିଛନ୍ତି ଉପଖଣ୍ଡର ବୁଦ୍ଧିଜୀବୀ । ଘଷିପୁରା ଝାଡେଶ୍ୱର ମନ୍ଦିର ନିକଟରେ ବରିଷ୍ଠ ନାଗରିକ, ସାମ୍ବାଦିକ ଏବଂ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଏକ ବୈଠକର ଆୟୋଜନ କରିଥିଲେ । ଯେଉଁଥିରେ ଏକ କମିଟି ଗଠନ କରାଯାଇଛି ।
ଅବହେଳା ହେଉଥିବା ଅଭିଯୋଗରେ ଆନନ୍ଦପୁର ଉପଖଣ୍ଡ ବୁଦ୍ଧିଜୀବୀଙ୍କ ବିରୋଧ - anandapur negligence protest
ଜିଲ୍ଲାର ଆନନ୍ଦପୁର ଉପଖଣ୍ଡକୁ ଅନେକ କ୍ଷେତ୍ରରେ ଅବହେଳା କରାଯାଉଥିବା ବେଳେ ଏସବୁକୁ ବିରୋଧ କରି ତାତିଛନ୍ତି ଉପଖଣ୍ଡର ବୁଦ୍ଧିଜୀବୀ । ଅଧିକ ପଢନ୍ତୁ...
ଅବହେଳା ହେଉଥିବା ଅଭିଯୋଗରେ ଆନନ୍ଦପୁର ଉପଖଣ୍ଡର ବୁଦ୍ଧିଜୀବୀଙ୍କ ବିରୋଧ
ଏଥିରେ ଆନନ୍ଦପୁରକୁ ରେଳପଥ ସଂଯୋଗ, ଇସ୍ପାତ କାରଖାନା, ମେଡ଼ିକାଲ କଲେଜ ଆଦି ବିଭିନ୍ନ ପ୍ରକାର ଦାବିକୁ ନେଇ ଆଗାମୀ ଦିନରେ ଆନନ୍ଦପୁର ବାସିନ୍ଦାଙ୍କ ସଂଘର୍ଷ ଜାରି ରଖିବାକୁ ଆହ୍ୱାନ ଦିଆଯାଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ