କେନ୍ଦୁଝର: କୋରୋନା କଟକଣା ପରେ ପୁଣି କେନ୍ଦୁଝରରେ ଆରମ୍ଭ ହେବ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏନେଇ କେନ୍ଦୁଝର ଜିଲ୍ଲାର କ୍ରୀଡା ଅନୁଷ୍ଠାନ ଶଙ୍କର ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ହୋଟେଲ କାଶବି ଠାରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ତଥା ରାଜ୍ୟ ଯୁବ ବିଜେଡିର ଉପସଭାପତି ସୋମ୍ୟଶଙ୍କର ଚକ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ନେଇ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଦୀର୍ଘ ଦୁଇ ବର୍ଷ ସାରା ଦେଶରେ କୋଭିଡ କଟକଣା ଲାଗୁ ହୋଇଥିଲା । ଏହି କଟକଣା ପାଇଁ ବହୁ ପର୍ବପର୍ବାଣୀ, ସାମୁହିକ କ୍ରୀଡା ଆଦି ବନ୍ଦ ରହିଥିଲା । କଟକଣା ହଟିବା ପରେ କେନ୍ଦୁଝର ଜିଲ୍ଲାର ବହୁ ପୁରାତନ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସଭାପତି କହିଛନ୍ତି,‘‘ ଆସନ୍ତା ମାର୍ଚ୍ଚ ୧ ତାରିଖରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ୭ ତାରିଖରେ ଉଦଯାପନ ହେଵ । ସ୍ଥାନୀୟ ଓଏସଏମଇ ଗ୍ରାଉଣ୍ଡରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଉକ୍ତ ଖେଳରେ ରାଜ୍ୟ ଭିତରୁ ୫ ଟି ଶକ୍ତିଶାଳୀ କ୍ରିକେଟ ଟିମ ରାଜ୍ୟ ଭିତରର ଏବଂ ରାଜ୍ୟବାହାରୁ ୭ ଟି ଟିମକୁ ନେଇ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ବିଜୟୀ ଟିମକୁ ୨ଲକ୍ଷ ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଟିମ ୧ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ ।’’