ଓଡିଶା

odisha

ETV Bharat / state

ମାଟ୍ରିକ ପରୀକ୍ଷା ନେଇ ପ୍ରଶାସନିକ ପ୍ରସ୍ତୁତି

ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ନେଇ ପ୍ରଶାସନର ପ୍ରସ୍ତୁତି ଆରମ୍ଭ କରିଦେଇଛି । କେନ୍ଦୁଝର ଜିଲ୍ଲାରେ ୧୨୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇଛି ।

By

Published : Feb 19, 2019, 9:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଆସନ୍ତା 22ରୁ ମାଟ୍ରିକ ପରୀକ୍ଷା । କେନ୍ଦୁଝର ଜିଲ୍ଲାର ୨୩,୨୩୩ ଜଣ ରେଗୁଲାର ଓ ୧,୨୨୧ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ । ୧୨୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀ କିଭଳି ଶାନ୍ତିଶୃଙ୍ଖଳ ସହ ପରୀକ୍ଷା ଦେଇପାରିବେ ସେନେଇ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି ।

ଦେହୁରିପଶି, କାଞ୍ଜିପାଣି ଓ ଘଟଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ୩ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ କେତେକ ପରୀକ୍ଷା କେନ୍ଦ୍ରର ନିର୍ଦ୍ଧାରଣ ହୋଇନଥିବା ଜଣାପଡ଼ିଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନେବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ୧୩ଟି ବ୍ଲକ ପାଇଁ ୧୧ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରଖିବା ବ୍ୟବସ୍ଥା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସେପଟେ, ପ୍ରଶ୍ନପତ୍ର ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ଯିବ ବୋଲି ଜଣାପଡିଛି । କପି ନିୟନ୍ତ୍ରଣ କରିବା ପାଇଁ ବିଭାଗୀୟ ଓ ପ୍ରଶାସନିକ ସ୍କ୍ବାଡ୍‌ ଗଠନ କରାଯିବ । ଏନେଇ କେନ୍ଦ୍ର ନିରୀକ୍ଷଣ ଦାୟିତ୍ବରେ ଥିବା ପ୍ରଧାନଶିକ୍ଷକଙ୍କ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details