କେନ୍ଦୁଝର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଦିନଟି ଶୁଭ ଅନୁକୂଳର ମହାପର୍ବ । କୃଷକମାନେ ଏହାକୁ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ମାଣ୍ଡିଆ ବିହନ ବୁଣି ମୁଠି ଅନୁକୂଳ କଲେ ଉତ୍ପାଦିକା ଗୋଷ୍ଠୀ ମହିଳା।
ମାଣ୍ଡିଆ ବିହନ ବୁଣି ମୁଠି ଅନୁକୂଳ କଲେ ଉତ୍ପାଦିକା ଗୋଷ୍ଠୀ ମହିଳା - ପବିତ୍ର ଅକ୍ଷୟ ତୃତୀୟା
ପବିତ୍ର ଅକ୍ଷୟ ତୃତୀୟା ଅବସରରେ କେନ୍ଦୁଝର ଜିଲ୍ଲାରେ ମାଣ୍ଡିଆ ବିହନ ବୁଣି ମୁଠି ଅନୁକୂଳ କଲେ ଉତ୍ପାଦିକା ଗୋଷ୍ଠୀ ମହିଳା। ଅଧିକ ପଢ଼ନ୍ତୁ
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଓଡିଶାର ପାରମ୍ପରିକ ପରିବେଶରେ ଅକ୍ଷୟ ତୃତୀୟାର ମହାତ୍ମ୍ୟ ରହିଛି। କୃଷକ ଏହି ଦିନ ଅଖି ମୁଠି କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ। ଆଜିର ଏହି ପର୍ବକୁ ନିଆରା ଭାବେ ପାଳିଛନ୍ତି ସଦର ବ୍ଲକ ଅନ୍ତର୍ଗତ ମୁକୁନା ଗ୍ରାମର ଉତ୍ପାଦିକା ଗୋଷ୍ଠୀର ମହିଳାମାନେ । ସବୁ ଚାଷୀ ଧାନ ବିହନ ବୁଣି ଅଖି ମୁଠି ଧରିଥିବାବେଳେ ମା' ପଦ୍ମଜା ଓ ସବୁଜ ବନାନୀ କୃଷି ଉତ୍ପାଦିକା କମ୍ପାନୀର ମହିଳାମାନେ ମାଣ୍ଡିଆ ବିହନ ବୁଣିଛନ୍ତି । ରୀତିନୀତି ଅନୁଯାୟୀ ବିଲରେ ପୂଜାପାଠ ସରିଲା ପରେ ମୁଠି ଅନୁକୂଳ କରିଥିଲେ ନିମନ୍ତ୍ରିତ ଅଧିକାରୀ । ପରେ ମହିଳାମାନେ ନିଜେ ପ୍ରସ୍ତୁତ କରିଥିବା ମାଟିବେଡ଼ରେ ମାଣ୍ଡିଆ, ବିଲାତି, ମକା ଆଦି ବିହନ ବୁଣିଥିଲେ । ସ୍ବେଚ୍ଛାସେବୀ ସଂଗଠନ ଆଇଡିଏ ସହଯୋଗରେ ମହିଳାମାନେ ଉକ୍ତ ଅଞ୍ଚଳରେ କୃଷି ଉତ୍ପାଦିକା ଗଢି ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ