ଓଡିଶା

odisha

ETV Bharat / state

ପୁଣି ଖଟିଆରେ ବୁହା ହେଲେ ରୋଗୀ - ନାମସି ମୁଣ୍ଡା

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଛଡାଡିହି ଗ୍ରାମର ରାସ୍ତା ଶୋଚନୀୟ ଥିବା ହେତୁ ବୁଧବାର  ଗ୍ରାମର ସୁରେଶ ମୁଣ୍ଡାଙ୍କ ସ୍ତ୍ରୀ ନାମସି ମୁଣ୍ଡାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

By

Published : Sep 11, 2019, 12:18 PM IST

କେନ୍ଦୁଝର: ପୁଣି ଖଟିଆରେ ବୁହା ହେଲେ ରୋଗୀ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଛଡାଡିହି ଗ୍ରାମର ରାସ୍ତା ଶୋଚନୀୟ ଥିବା ହେତୁ ବୁଧବାର ଗ୍ରାମର ସୁରେଶ ମୁଣ୍ଡାଙ୍କ ସ୍ତ୍ରୀ ନାମସି ମୁଣ୍ଡାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡିଛି ।


ସୂଚନା ମୁତାବକ, ଜିଲ୍ଲାର ବାଂଶପାଳ ବ୍ଲକ ଉପର ଥିବା ରାୟଗଡା ପଞ୍ଚାୟତର ଛଡାଡିହି ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବହୁ ଦିନ ଧରି ଶୋଚନୀୟ ହୋଇ ପଡିରହିଛି । ତେବେ ସୋମବାର ଅଚାନକ୍ ଗ୍ରାମର ନାମସି ମୁଣ୍ଡାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ଏହାପରେ ଆମ୍ବୁଲାନ୍ସକୁ କଲ୍ କରାଯାଇଥିଲା । ମାତ୍ର ରାସ୍ତା ଅଵସ୍ଥା ଶୋଚନୀୟ ଥିବା ହେତୁ ଗ୍ରାମକୁ ପଶି ପାରିଲା ନାହିଁ ଆମ୍ବୁଲାନ୍ସ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ଫଳରେ ଗ୍ରାମବାସୀ ଦୀର୍ଘ 5 କିମି ଦୂରକୁ ନାମସି ମୁଣ୍ଡାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ତେବେ ଗ୍ରାମବାସୀ ବାରମ୍ବାର ରାସ୍ତା ପାଇଁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details