ଓଡିଶା

odisha

ନୂଆ ରୂପରେ ବଡ଼ଘାଗରା ଜଳପ୍ରପାତ, ପର୍ଯ୍ୟଟକଙ୍କୁ ଆକୃଷ୍ଟ ଲାଗି ଅଣ୍ଟା ଭିଡିଛି ପ୍ରଶାସନ

By

Published : Jul 12, 2023, 6:31 AM IST

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲାର ବଡ଼ଘାଗରା ଜଳପ୍ରପାତ । ରାଜ୍ୟ ସରକାର ବିକାଶମୂଳକ କାର୍ଯ୍ୟ ମାଧ୍ୟମରେ ନୂଆ ରୂପରେ ନୂଆ ଢଙ୍ଗରେ ସଜେଇ ହେଉଛି ବଡ଼ଘାଗରା । ଅଧିକ ପଢ଼ନ୍ତୁ

tourist destination badaghagara waterfall
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବଡ଼ଘାଗରା ଜଳପ୍ରପାତ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବଡ଼ଘାଗରା ଜଳପ୍ରପାତ

କେନ୍ଦୁଝର: ବଣ ଜଙ୍ଗଲ ପାହାଡ଼ ଭରା କେନ୍ଦୁଝର ଜିଲ୍ଲା । ଏହି ଜଙ୍ଗଲ ପାହାଡ଼ ମଧ୍ୟରେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି । ଅପରୂପ ସୋନ୍ଦର୍ଯ୍ୟ ସହ ଜିଲ୍ଲାର କୋଣ ଅନୁକୋଣରେ ପ୍ରାକୃତିକ ଜଳପ୍ରପାତ ମଧ୍ୟ ଅହରହ ବହି ଚାଲିଛି । ଜିଲ୍ଲାରେ ବହିଯାଇଥିବା ପ୍ରାକୃତିକ ଝରଣା ଗୁଡିକ ମଧ୍ୟରେ ବଡ଼ଘାଗରା ଜଳପ୍ରପାତ ଅନ୍ୟତମ । କାହିଁ କେଉଁ କାଳରୁ ମାଛକାନ୍ଦଣା ନଦୀରୁ ପାହାଡ଼ ବୁକୁ ଚିରି ଏହି ଜଳପ୍ରପାତ ବହି ଚାଲିଛି । ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଏହି ପର୍ଯ୍ୟଟନ ସ୍ଥଳୀ ଏକ ରକମର ଦୃଷ୍ଟି ଆଡୁଆଳରେ ରହିଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାରଙ୍କ ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟଟନ ସ୍ଥଳୀ ଲୋକଲୋଚନକୁ ଆସିବାକୁ ଯାଉଛି ।

କେନ୍ଦୁଝର ସହରରୁ ମାତ୍ର ୧୦ କିମି ଦୂରରେ ବଡ଼ଘାଗରା ଜଳପ୍ରପାତ ଅବସ୍ଥିତ । ଜିଲ୍ଲାର ଜଳପ୍ରପାତ ମଧ୍ୟରେ ସାନଘାଗରା ଜଳପ୍ରପାତ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ପାଲିଟି ଥିବା ବେଳେ ସେଠାରୁ ମାତ୍ର 5 କିଲୋମିଟର ଦୂରରେ ବଡ଼ ଘାଗରା ଜଳପ୍ରପାତ ଅବସ୍ଥିତ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ପୁନଃରୁଦ୍ଧାର ପାଇଁ ପ୍ରାୟ ସାଢେ ଚାରି କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ ଜାରି ରହିଛି । ଏହି ଆଧାରରେ ପର୍ଯ୍ୟଟନ ସ୍ଥଳୀକୁ ପହଞ୍ଚିବା ପାଇଁ ମୁଖ୍ୟ ରାସ୍ତାର ବିକାଶ କାର୍ଯ୍ୟ ସରି ଯାଇଛି । ଏହାସହ ବଡ଼ଘାଗରା ଜଳପ୍ରପାତ ସମ୍ମୁଖରେ ଝରଣା ନିକଟବର୍ତ୍ତୀ ହେବା ପାଇଁ ଜେଟି ନିର୍ମାଣ କରାଯାଇଛି । ଏଠାକୁ ଯିବା ଆସିବା ପାଇଁ ନୂତନ ଭାବେ କାରୁକାର୍ଯ୍ୟ ଭରା ପାହାଚ ନିର୍ମାଣ କରାଯାଇଛି । ପର୍ଯ୍ୟଟକଙ୍କ ବିଶ୍ରାମ ପାଇଁ ଖୋଲା ବିଶ୍ରାମଗାର ମଧ୍ୟ ନିର୍ମାଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:କାଇଯୋଡା ଜଳପ୍ରପାତ: 150ଫୁଟ୍ ଉଚ୍ଚରୁ ଝରୁଛି ଜଳ, ମନମୋହୁଛି ଅପରୂପ ସୌନ୍ଦର୍ଯ୍ୟ, ଜମୁଛି ପର୍ଯ୍ୟଟକଙ୍କ ଭିଡ

ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ନାଏକ କହିଛନ୍ତି, "ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ଘାଗରାରେ ବିକାଶମୂଳକ କାର୍ଯ୍ୟ ଜାରି ରହିଛି । ଓଟିଡିସି ଏହାର କାର୍ଯ୍ୟ ଭାର ତୁଲାଉଛି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଦୋକାନ ଘର ଓ ଶୌଚାଳୟର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଜଳପ୍ରପାତ ସହ ପର୍ଯ୍ୟଟକମାନେ ଡ୍ୟାମର ମଜା ନେଇ ପାରିବେ । ଆଗାକୁ ମଧ୍ୟ ଅଧିକ ଉନ୍ନତିମୂଳ କାର୍ଯ୍ୟ କରାଯିବ ।"

ପ୍ରଶାସନ ପକ୍ଷରୁ ପର୍ଯ୍ୟଟନର ବିକାଶ ସହିତ ପର୍ଯ୍ୟଟକଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଉଛି । ଆଗାମୀ ଦିନରେ ଜଳପ୍ରପାତ ନିକଟରେ ପାର୍କ, ମ୍ୟୁଜିୟମ ଆଦି ନିର୍ମାଣର ଯୋଜନା ରହିଛି । ବଡ଼ଘାଗରାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଜିଲ୍ଲା ପ୍ରଶାସନ ସହଯୋଗରେ ମାର୍କେଟିଂର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପର୍ଯ୍ୟଟନ ଅଧିକାରୀ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details