କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅତିରିକ୍ତ ନ୍ୟାୟଧିଶ(ଏଡିଜେ) ଅଦାଲତ ଗୁରୁବାର 2017 ରେ ଘଟିଥିବା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । 2017 ରେ ତିନି ବର୍ଷୀୟ ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଜିଲ୍ଲା ଅତିରିକ୍ତ ନ୍ୟାୟଧିଶ(ଏଡିଜେ) କୋର୍ଟ ନିଜ ରାୟ ଶୁଣାଇଛନ୍ତି ।
ମାନ୍ୟବର କୋର୍ଟ ଆଜି ଏଡିଜେ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ବିଚାର କରି ଅଭିଯୁକ୍ତ ସୁନିଲକୁ ଧାରା 363, 201ରେ 7ବର୍ଷ ଜେଲଦଣ୍ଡ ଓ 5 ହଜାର ଟଙ୍କା ଜୋରିମାନା, 376 ଧାରାରେ ଆଜୀବନ କାରାଦଣ୍ଡ ସହ 10 ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଏକବର୍ଷ ପାଇଁ କାରାଦଣ୍ଡ ସହ 302ରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି ।