ଓଡିଶା

odisha

ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ନାବାଳିକାକୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀକୁ ମିଳିଲା ଆଜୀବନ ସଜା । ଏହାସହ ପୀଡ଼ିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 24, 2023, 7:32 PM IST

ନାବାଳିକା ଦୁଷ୍କର୍ମ ମାମଲା:ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଲେ ଫାଷ୍ଟଟ୍ରାକ କୋର୍ଟ
ନାବାଳିକା ଦୁଷ୍କର୍ମ ମାମଲା:ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଲେ ଫାଷ୍ଟଟ୍ରାକ କୋର୍ଟ

କେନ୍ଦୁଝର:ନାବାଳିକା ଦୁଷ୍କର୍ମକାର ମାମଲା ରାୟ ଶୁଣାଇଲେ କୋର୍ଟ । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କରାଦଣ୍ଡ ସହିତ ୨୫ ହଜାର ଟଙ୍କା ଜୋରିମାନା ଆଦେଶ । ଏହାସହ ନାବାଳିକା ପୀଡ଼ିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଏଭଳି ଏକ ମାମଲାର ଫଇସଲା କରିଛନ୍ତି କେନ୍ଦୁଝରର ଫାଷ୍ଟଟ୍ରାକ କୋର୍ଟ । ୨୦୨୧ ମସିହାରେ ଦୈତାରି ଥାନା ଅନ୍ତର୍ଗତ ଦୈତାରି ଗାଁର ଚର୍ତୁଭୂଜ ପାତ୍ର ନାମକ ଜଣେ ବ୍ୟକ୍ତି ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲେ । ଏହାପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଆଜି ଫାଷ୍ଟଟ୍ରାକ କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି ।

ସୂଚନା ମୁତାବକ ୨୧ ଜାନୁୟାରୀ ୨୦୨୧ ତାରିଖ ଦିନ କେନ୍ଦୁଝର ଦୈତାରି ଥାନା ଅନ୍ତର୍ଗତ ଦୈତାରି ଗ୍ରାମର ଚର୍ତୁଭୂଜ ପାତ୍ର ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲେ । ଉକ୍ତ ନାବାଳିକା ଜଣକ ତାର ଭଉଣୀ ଘରେ ରହୁଥିଲେ । ହେଲେ ସେହି ଦିନ ସକାଳ ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଚର୍ତୁଭୂଜ ନାବାଳିକାକୁ ଘରୁ ଜୋର୍ ଜବରଦସ୍ତ ଅପହରଣ କରି ଦୁଷ୍କର୍ମ କରିଥିଲା । ଏହାପରେ ନାବାଳିକାକୁ ଘରେ ନପାଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପରେ ପୋଲିସ ଅଭିଯୁକ୍ତ ଚର୍ତୁଭୂଜ ଘରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ଏହାପରେ ଅଭିଯୋଗ ଆଧାରରେ ପୋଲିସ କେଶ ନମ୍ବର ୭/ ୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ବିରୋଧରେ ଦଫା ୩୬୬/୩୭୬ ଏବଂ ପକସୋ ଧାରା ଆଇପିସି ୬ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ...୧୨ ବର୍ଷ ପରେ ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା, ଅଭିଯୁକ୍ତକୁ ଆଜୀବନ ଜେଲ

ହେଲେ ଆଜି ଫାଷ୍ଟଟ୍ରାକ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ୧୫ ଜଣ ସାକ୍ଷଙ୍କ ବୟାନ ଆଧାରରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରୁଥିବା ବେଳେ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ଦେଢ଼ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ଏହାସହ ନାବାଳିକା ପୀଡ଼ିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାଟିକୁ ସରକାରୀ ଓକିଲ ସ୍ୱତନ୍ତ୍ର ପୀପୀ ଜ୍ଞାନେନ୍ଦ୍ର ଜେନା ପରିଚାଳନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details