ଓଡିଶା

odisha

ETV Bharat / state

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଫେରାର

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା । ଅଭିଯୁକ୍ତ ଫେରାର । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପୋଡାଖମଣ ମାଝିସାହିରେ ଘଟିଛି ଏଭଳି ଅମାନବୀୟ ଘଟଣା । ମୃତକ ଜଣଙ୍କ ରାମ ନାଇକ ହୋଇଥିବା ସୂଚନା ।

By

Published : Jul 13, 2020, 9:50 AM IST

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଫେରାର
ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଫେରାର

ଆନନ୍ଦପୁର: ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା । ଅଭିଯୁକ୍ତ ଫେରାର । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପୋଡାଖମଣ ମାଝିସାହିରେ ଘଟିଛି ଏଭଳି ଅମାନବୀୟ ଘଟଣା । ମୃତକ ଜଣଙ୍କ ରାମ ନାଇକ ହୋଇଥିବା ସୂଚନା ।

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଫେରାର

ସୂଚନା ଅନୁଯାୟୀ, ପୋଡାଖମଣ ମାଝିସାରିର ରବି ମୁର୍ମୁ ସେହି ସାହିର ରାମ ନାଇକଙ୍କ ଘର ସମ୍ମୁଖରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲା । ଏହାକୁ ରାମ ନାଇକ ବିରୋଧ କରିଥିଲେ । ଏହାପରେ ରବି ଉତକ୍ଷିପ୍ତ ହୋଇ ରାମ ନାଇକଙ୍କୁ ଏକ ପଥରରେ ଆକ୍ରମଣ କରିଥିଲା । ଫଳରେ ରାମ ନାଇକ ଗୁରୁତର ଆହତ ହୋଇଥିଲେ ।

ତୁରନ୍ତ ପରିବାର ଲୋକେ ରାମ ନାଇକଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ, ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ଅଭିଯୁକ୍ତ ରବି ମୁର୍ମୁ ଫେରାର ଥିବା ଜଣାପଡିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details