ଆନନ୍ଦପୁର: ରାସ୍ତାପାରି ହେଉଥିବା ଗାଈପଲଙ୍କୁ ଧକ୍କା ଦେଲା ଟ୍ରକ । ଏ ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ 2 ଗାଈ ଗୁରୁତର ଏବଂ 10 ଆହତ ହୋଇଥିବା ଜଣା ପଡିଛି । କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁର ହାଟ ଛକ ନିକଟରେ ଘଟିଛି ଏ ଘଟଣା।
ଗାଈପଲଙ୍କୁ ଧକ୍କା ଦେଲା ଟ୍ରକ; 1 ମୃତ, 12 ଆହତ - ଗାଈପୋଲଙ୍କୁ ଧକ୍କା ଦେଲା ଟ୍ରକ
କେନ୍ଦୁଝର ଜିଲ୍ଲା ବୀରଗୋବିନ୍ଦପୁର ହାଟ ଛକନିକଟରେ ରାସ୍ତାପାରି ହେଉଥିବା ଗାଈପଲଙ୍କୁ ଧକ୍କା ଦେଇଛି ଏକ ଟ୍ରକ। ଏଥିରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ 12 ଆହତ ହୋଇଛନ୍ତି।
![ଗାଈପଲଙ୍କୁ ଧକ୍କା ଦେଲା ଟ୍ରକ; 1 ମୃତ, 12 ଆହତ](https://etvbharatimages.akamaized.net/etvbharat/prod-images/768-512-4909822-thumbnail-3x2-accident.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖି ରାସ୍ତା ଅବରୋଧ କରିଛନ୍ତି। ତେବେ ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ଜଣାପଡିଛି।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ