ଓଡିଶା

odisha

ETV Bharat / state

ଦୋକାନ ଉପରେ ମାଡିଗଲା ଟ୍ରକ, 2 ମୃତ

କେନ୍ଦୁଝରରେ ଭାରସାମ୍ୟ ହରାଇ ଦୋକାନ ଉପରେ ମାଡିଗଲା ଟ୍ରକ୍ । ଘଟଣାସ୍ଥଳରେ 2 ମୃତ । ଅଧିକ ପଢନ୍ତୁ..

By

Published : Nov 18, 2020, 5:31 PM IST

Updated : Nov 18, 2020, 5:57 PM IST

ଦୋକାନ ଉପରେ ମାଡିଗଲା ଟ୍ରକ, 2 ମୃତ
ଦୋକାନ ଉପରେ ମାଡିଗଲା ଟ୍ରକ, 2 ମୃତ

କେନ୍ଦୁଝର: ଜିଲ୍ଲାସ୍ଥିତ ସଦର ଥାନା ଅନ୍ତର୍ଗତ ଶୁଆକାଠି ଠାରେ ଦୁର୍ଘଟଣା । ଏକ 10 ଚକିଆ ଟ୍ରକ ରାସ୍ତାକଡରେ ଥିବା ଦୋକାନ ଘରେ ପଶିଯିବାରୁ 2 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଜଣେ ଗୁରୁତର ଆହତ ହୋଇଛନ୍ତି, ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଦୋକାନ ଉପରେ ମାଡିଗଲା ଟ୍ରକ, 2 ମୃତ

ସୂଚନା ଅନୁଯାୟୀ ଏକ 10 ଚକିଆ ଟ୍ରକ ଆଇରନ ଲୋଡ଼ କରିବା ପାଇଁ ଶୁଆକାଠିସ୍ଥିତ ଓଏମସି ଖଣିକୁ ଯାଉଥିଲା । ଏହି ସମୟରେ ମନ୍ଦିର ନିକଟରେ ଥିବା ଏକ ଦୋକାନ ଘରେ ଟ୍ରକଟି ଭାରସାମ୍ୟ ହରାଇ ପଶି ଯାଇଥିଲା । ଫଳରେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକ ଦ୍ବୟ ଦୋକାନ ମାଲିକ ଓ ଟ୍ରକ ହେଲପର, ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Nov 18, 2020, 5:57 PM IST

ABOUT THE AUTHOR

...view details