ଓଡିଶା

odisha

ETV Bharat / state

ଶୌଚ ହେବାକୁ ଯାଇ ଟ୍ରେନରେ କଟିଗଲେ ଯୁବକ

ଅସାବଧାନତା ଯୋଗୁଁ ଟ୍ରେନରେ କଟି ଜଣେ ଯୁବକ ପ୍ରାଣ ହରାଇଛନ୍ତି । କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା ।

By

Published : Jun 7, 2019, 8:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଅସାବଧାନତା ଯୋଗୁଁ ଟ୍ରେନରେ କଟି ପ୍ରାଣ ହରାଇଲେ ଯୁବକ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡବିଲ ପାଲ ହଟିଂ ଅଞ୍ଚଳରେ । ମୃତକ ହେଲେ ରାଜେଶ ମହାନ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁସାରେ, ରାଜେଶ ଶୌଚ ହେବା ପାଇଁ ଟ୍ରେନ ଲାଇନ କଡକୁ ଯାଇଥିଲେ । ଶୌଚ ସାରି ଫେରିବା ସମୟରେ ବଡବିଲ-ହାୱଡା ଜନଶତାବ୍ଦୀ ଟ୍ରେନରେ ବାଜି ତାଙ୍କ ଡାହାଣ ଗୋଡ କଟି ଯିବା ସହ ମୁଣ୍ଡରେ ଆଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ବଡବିଲ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details