ଓଡିଶା

odisha

By

Published : Nov 30, 2020, 2:05 PM IST

ETV Bharat / state

ପଞ୍ଚୁକ ବୁଡ ପକାଇବା ଯିବା ବେଳେ ଭାଲୁ ହାବୁଡରେ ପଡିଲେ ଯୁବକ

ଭାଲୁ ଆକ୍ରମଣର ଶିକାର ହେଲେ ପାଟଣା ଥାନା ଅନ୍ତର୍ଗତ ଝାଲିୟାପଡା ଗ୍ରାମର ଜଣେ ଯୁବକ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

a young man was seriously injured in bear attack
ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କେନ୍ଦୁଝର:ପାଟଣା ଥାନା ଅନ୍ତର୍ଗତ ଝାଲିୟାପଡା ଗ୍ରାମରେ ଘଟିଛି ଅଘଟଣ । ଭାଲୁ ଆକ୍ରମଣର ଶିକାର ହେଲେ ସେହି ଗ୍ରାମର ଅନ୍ତର୍ଯ୍ୟାମୀ ମହାନ୍ତ ନାମକ ଜଣେ ଯୁବକ।

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ସୂଚନାମୁତାବକ, ଅନ୍ତର୍ଯ୍ୟାମୀ ପଞ୍ଚୁକ ବୁଡ଼ ପକାଇବା ପାଇଁ ସକାଳୁ ଗ୍ରାମ ନିକଟସ୍ଥ ନାଳକୁ ଯାଉଥିଲେ । ଏହି ସମୟରେ ଭାଲୁ ହାବୁଡ଼ରେ ପଡିଥିଲେ । ଭାଲୁ ତାଙ୍କ ମୁହଁକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡିଥିଲେ । ତେବେ ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details