ଓଡିଶା

odisha

ETV Bharat / state

ଘର ଅଗଣାରେ ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା

ଘର ଅଗଣାରେ ଜଣେ ବୃଦ୍ଧାଙ୍କୁ କଚାଡ଼ି ମାରିଦେଲା ଦନ୍ତା ହାତୀ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ଅନ୍ତର୍ଗତ ଜଗମୋହନପୁର ଗାଁରେ । ଅଧିକ ପଢନ୍ତୁ...

By

Published : Feb 17, 2021, 10:29 AM IST

ବୃଦ୍ଧାଙ୍କୁ କଚାଡି ମାରିଦେଲା ଦନ୍ତା
ବୃଦ୍ଧାଙ୍କୁ କଚାଡି ମାରିଦେଲା ଦନ୍ତା

କେନ୍ଦୁଝର: ଘର ଅଗଣାରେ ଜଣେ ବୃଦ୍ଧାଙ୍କୁ କଚାଡ଼ି ମାରିଦେଲା ଦନ୍ତା ହାତୀ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ଅନ୍ତର୍ଗତ ଜଗମୋହନପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ମୃତ ବୃଦ୍ଧା ଜଣକ ହେଲେ ଜାନକୀ ପ୍ରଧାନ ।

ବୃଦ୍ଧାଙ୍କୁ କଚାଡି ମାରିଦେଲା ଦନ୍ତା

ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଜାନକୀ ଏକ ଘରେ ଶୋଇଥିବା ବେଳେ ପାଖ ଘରେ ତାଙ୍କ ପିଲାମାନେ ଶୋଇଥିଲେ । ବିଳମ୍ବିତ ରାତିରେ ଗାଁ ଲୋକଙ୍କ ପାଟି ଶୁଣିବାରୁ ସେ ନିଜ ରୁମ୍‌ରୁ ଅଗଣାକୁ ଚାଲି ଆସିଥିଲେ । ଉକ୍ତ ସମୟରେ ତାଙ୍କ ଅଗଣାରେ ଦନ୍ତାହାତୀଟି ଛିଡ଼ା ହୋଇଥିବା ବେଳେ ସେ ତାଙ୍କୁ କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଜାନକୀଙ୍କର ଘରର ୩ ପାର୍ଶ୍ୱ ବନ୍ଦ ଥିବା ବେଳେ ବାଡ଼ି ପଟଟି ଖୋଲା ଥିବାରୁ ହାତୀଟି ପଶି ଆସିଥିବା କୁହାଯାଉଛି ।

ଏହାକୁ ନେଇ ଜଗମୋହନପୁର ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ଖବର ପାଇ ବନବିଭାଗ ଓ ପୋଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣା ପରେ ଦନ୍ତା ହାତୀଟି ନିକଟସ୍ଥ ଜଙ୍ଗଲ ଅଭିମୁଖେ ପଳାଇ ଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details