ଓଡିଶା

odisha

ETV Bharat / state

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତ, 5 ପ୍ରାଣୀଙ୍କ ସାହାରା ସରକାରୀ ଶୌଚାଳୟ

ବେସାହାରଙ୍କୁ ସାହା ସ୍ବଚ୍ଛ ଭାରତ ମିଶନ । ପାଇଖାନା ଘରେ ବିତୁଛି ବିଧବା ମା ଓ 4 ସନ୍ତାନଙ୍କ ଜୀବନ । ଖୋଲା ଆକାଶରେ ରୋଷେଇ ଆଉ ରାତି ପାହିଲେ ପର ଦୁଆର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Jul 30, 2019, 1:05 PM IST

କେନ୍ଦୁଝର: ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ । କିନ୍ତୁ ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ ରୂପାୟନ ଦିଆଯାଉଛି । ଯେଉଁଠି ସରକାରଙ୍କ ଆବାସ ଯୋଜନାରେ ହିତାଧିକାରୀ ସାମିଲ ହେଉନାହାଁନ୍ତି । ସେଠି କିନ୍ତୁ ପାଇଖାନା ଘରଟିଏ ମିଳିଯାଉଛି । ସେ ଯାହା ହେଉ, ଘର ତ ଘର । ପାଇଖାନା ହେଉ କି ସାଧାରଣ ଘର । ବଞ୍ଚିବା ଲାଗି ଆଶ୍ରୟ ତ ହୋଇଛି । କେନ୍ଦୁଝର ଜିଲ୍ଲା ରାଙ୍କି ଗାଁର ଜଣେ ବିଧବା ମହିଳା ରାଇବାରୀ ମୁଣ୍ଡା ବାସସ୍ଥଳୀ ପାଲଟିଛି ପାଇଖାନ ଘର । ନା ରହିବାକୁ ଛାତ ଅଛି ନା କାହାର ସାହାର । ଆଉ ଚାରି ଚାରୋଟି ଛୁଆ ଧରି ଅକୁହା ଯନ୍ତ୍ରଣାରେ କାଟୁଛନ୍ତି ଜୀବନ । ବାହାରେ ରୋଷେଇ ଆଉ ବର୍ଷା ହେଲେ ପର ଦୁଆରେ ବିତୁଛି ରାତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର


ସ୍ବାମୀଙ୍କ ମୃତ୍ୟୁ ପରେ ଶାଶୁ ଘରୁ ତଡା ଖାଇ ଭାଇଙ୍କ ପାଖରେ ରହିଲେ । କିନ୍ତୁ ଭାଇଙ୍କ ସହ ଝଗଡା ପରେ ଏବେ ବାଧ୍ୟ ହୋଇ ପାଇଖାନା ଘରେ ରହୁଛନ୍ତି । କୁଲି ମଜୁରୀ କରି ଛୁଆଙ୍କ ପେଟ ପେଷୁଛନ୍ତି ରାଇବାରୀ । ନା ମୁଣ୍ଡ ଗୁଞ୍ଜିବା ଛାତ ଅଛି ନା ପିଲାଙ୍କୁ ଭଲ ଖାଇବାକୁ ଦେଇପାରୁଛନ୍ତି । ପକ୍କା ଘର ଆଶାରେ ସରକାରଙ୍କ ନିକଟରେ କରିଥିଲେ ଦରଖାସ୍ତ । କିନ୍ତୁ ଏପର୍ଯ୍ୟନ୍ତ ମିଳିଲାନି ଘର । ସେପଟେ ଘଟଣା ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କୁ ଜଣାଯିବ ବୋଲି କହୁଛନ୍ତି ୱାର୍ଡ ମେମ୍ବର । ତେବେ ବିଷୟରେ ପ୍ରକଳ୍ପ ଅଧିକାରୀଙ୍କ ସହ ଯୋଗଯୋଗ କରିପାରିନଥିଲେ ଆମ ପ୍ରତିନିଧି ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details