ଓଡିଶା

odisha

ଯନ୍ତ୍ରଣାର ବିଛଣାରେ 'ପ୍ରମିଳା', କେବେ ମିଳିବ ସମ୍ପୂର୍ଣ୍ଣ ସହାୟତା

ରୋଗ ଯନ୍ତ୍ରଣା ଓ ଅର୍ଥ ଅଭାବରେ ଛଟପଟ ହେଉଛନ୍ତି କେନ୍ଦୁଝର ଟିକରପଡା ଗାଁର ପ୍ରମିଳା ମୁଣ୍ଡା । 2 ନାବାଳକ ଶିଶୁକୁ ଧରି ଶଯ୍ୟାଶାୟୀ ପାଲଟିଛି ଥିବା ମହିଳାଙ୍କୁ ଏବେ କେବଳ ସରକାରୀ ସହୟତା ଆବଶ୍ୟକ ।

By

Published : Sep 24, 2019, 2:54 PM IST

Published : Sep 24, 2019, 2:54 PM IST

ETV Bharat / state

ଯନ୍ତ୍ରଣାର ବିଛଣାରେ 'ପ୍ରମିଳା', କେବେ ମିଳିବ ସମ୍ପୂର୍ଣ୍ଣ ସହାୟତା

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ସ୍ବାମୀଙ୍କ ମୃତ୍ୟୁ ପରେ ରୋଗରେ ଜର୍ଜରିତ ପ୍ରମିଳା ମୁଣ୍ଡା । 2 ମାସ ପୂର୍ବରୁ ରୋଗାଗ୍ରସ୍ତ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଅସହାୟ ହୋଇପଡିଛି ମହିଳା ଜଣକ । ଘରେ କେବଳ ନାବାଳକ ପୁଅ ଓ ଝିଅ । ଖାଇବାକୁ ଦାନା ପାଉନଥିବାବେଳେ ଏବେ ଦାଉ ସାଜିଛି ରୋଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସଦର ବ୍ଲକର ଟିକରପଡା ଗାଁର ପ୍ରମିଳା ମୁଣ୍ଡା । ଦୀର୍ଘ 2 ମାସ ହେବ ଯନ୍ତ୍ରଣାର ଶଯ୍ୟାଶାୟୀରେ ପଡି ଛଟପଟ ହେଉଛନ୍ତି । ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଘଟଗାଁ ଚିକିତ୍ସାଳୟ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅର୍ଥ ଅଭାବରୁ ଏବେ ସେ ଘରେ ଚିକିତ୍ସିତ ହେଉଛନ୍ତି ।

ପ୍ରମିଳାଙ୍କ ଦେଖାଶୁଣା ତାଙ୍କ ବଡ ଯା' କରୁଥିବାବେଳେ ସେ ମଧ୍ୟ ବିଧବା । ଆଉ ତାଙ୍କର ମଧ୍ୟ 4ଟି ପିଲା ଥିବାବେଳେ ଚଳିବା ବଡ କଷ୍ଟକର ହୋଇପଡିଛି । ତେବେ କୌଣସି ସରକାରୀ ସହାୟତା ମିଳିଲେ ପ୍ରମିଳାଙ୍କ ଚିକିତ୍ସା ହୋଇପାରିବ ବୋଲି ପରିବାରଲୋକେ ଆଶା ବାନ୍ଧିଛନ୍ତି ।

ଅନ୍ୟପଟେ, ପ୍ରମିଳାଙ୍କ ଖବର ପାଇବା ପରେ ପ୍ରଶାସନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିବା ସହ କଟକ ବଡ ମେଡିକାଲକୁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details