ଓଡିଶା

odisha

ETV Bharat / state

ବାଲିଘାଟରେ ଅଘଟଣ, ଟ୍ରକ ଧକ୍କାରେ ଡ୍ରାଇଭର ମୃତ

କେନ୍ଦୁଝର ବୈତରଣୀ ନଦୀଘାଟରେ ଅଘଟଣ । ବାଲି ବୋଝେଇ ପାଇଁ ଟ୍ରକ ରଖି ଛିଡା ହୋଇଥିବା ଜଣେ ଟ୍ରକ ଡ୍ରାଇଭର ମୃତ । ଅଧିକ ପଢନ୍ତୁ....

By

Published : Apr 11, 2021, 3:46 PM IST

ବୈତରଣୀ ନଦୀଘାଟରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ
ବୈତରଣୀ ନଦୀଘାଟରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର ଆମ୍ବୋ ବାଲିଘାଟ ରାସ୍ତାରେ ଘଟିଛି ଅଘଟଣ । ବାଲି ବୋଝେଇ ପାଇଁ ଯାଇଥିବା ଏକ ଟ୍ରକ୍କକୁ ଅନ୍ୟ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ଯୁ ଘଟିଛି ।

ବୈତରଣୀ ନଦୀଘାଟରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

ତେବେ ମୃତକ ଜଣକ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ସୟଦ ସାହାଜାନ ବୋଲି ଜଣାପଡିଛି । ସୟଦ ବାଲିଘାଟରେ ନିଜ ଗାଡି ଲଗାଇ ଛିଡା ହୋଇଥିବା ସମୟରେ ଅନ୍ଯ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details