ଓଡିଶା

odisha

ETV Bharat / state

କୋରୋନା ମୁକାବିଲା ପାଇଁ ଘସିପୁରାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର - A temporary health camp will be established

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତ ତରଫରୁ କେଶଦୁରାପାଳ ବାଳିକା ବିଦ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ପ୍ରସ୍ତୁତ କରାଯାଇଛି।

temporary health camp
ଘସିପୁରା ବ୍ଲକରେ କୋରୋନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର

By

Published : Apr 8, 2020, 8:53 PM IST

କେନ୍ଦୁଝର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 42 ଛୁଇଁଥିବା ବେଳେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଯାହାକୁ ଦେଖି ମହାମାରୀ କୋରୋନାର ମୁକାବିଲା କରିବା ପାଇଁ ପ୍ରତି ପଞ୍ଚାୟତରେ ସ୍ତରରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତି କରିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିପାଇଁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତ ତରଫରୁ ବାଳିକା ବିଦ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ପ୍ରସ୍ତୁତ କରାଯାଇଛି।

ଘସିପୁରା ବ୍ଲକରେ କୋରୋନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର

ନୋଡାଲ‌ ଅଫିସର ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଛନ୍ତି । ସରକାରଙ୍କ ଗାଇଡଲାଇନ ଅନୁସାରେ, ୫୦ ଟି ବେଡ୍, ପାଣି, ବିଦ୍ୟୁତ, ଫ୍ୟାନ,ଇନଭୋଟର, ଫିଲଟର ଓ ଡଷ୍ଟବିନ୍ ଆଦି ସମସ୍ତ ଉପକରଣ ପ୍ରସ୍ତୁତ ରଖାଯାଇଛି । କୋରୋନା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଥିବା କାର୍ଯ୍ୟକାରୀ ସଦସ୍ୟ ପର୍ଶୁରାମ ମହାରଣା ସୂଚନା ଦେଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details