ଓଡିଶା

odisha

ETV Bharat / state

କେନ୍ଦୁଝରରେ ହାତୀ ଉପଦ୍ରବ, ନୀରବଦ୍ରଷ୍ଟା ବନ ବିଭାଗ

କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । 22 ଟିକିଆ ବଣୁଆ ହାତୀଙ୍କ ଏକ ପଲ ଚମ୍ପୁଆ ରେଞ୍ଜ ଅଞ୍ଚଳର ସଲାଗୁଡା ଗ୍ରାମରେ ପଶି ଉପଦ୍ରବ କରୁଛନ୍ତି । ବନ ବିଭାଗ ନେଉ ନାହିଁ କୌଣସି ପଦକ୍ଷେପ ।

By

Published : Oct 14, 2019, 5:39 PM IST

Updated : Oct 14, 2019, 9:18 PM IST

ଗାଁ ଭିତରେ ହାତୀ ଉପଦ୍ରବ, ନିରବଦ୍ରଷ୍ଟା ବନବିଭାଗ

କେନ୍ଦୁଝର: ଥମୁନି ହାତୀଙ୍କ ଉପଦ୍ରବ । ଚମ୍ପୁଆ ରେଞ୍ଜରେ 22 ଟିକିଆ ହାତୀ ପଲଙ୍କୁ ଦେଖିବାକୁ ମିଳିଛନ୍ତି । ଯାହାକୁ ନେଇ ଭୟଭୀତ ଗ୍ରାମବାସୀ ।

ଗାଁ ଭିତରେ ହାତୀ ଉପଦ୍ରବ, ନିରବଦ୍ରଷ୍ଟା ବନବିଭାଗ

ସୂଚନା ଅନୁସାରେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଅଞ୍ଚଳର ସଲାଗୁଡା ଗ୍ରାମ ମଧ୍ୟକୁ ଏକ 22 ଟିକିଆ ହାତୀ ପଲ ପଶି ଆସିଛନ୍ତି । ଏହି ବଣୁଆ ହାତୀ ପଲ ଗ୍ରାମ ମଧ୍ୟକୁ ପଶି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଉଛନ୍ତି ଓ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଛନ୍ତି ।

ହାତୀ ପଲକୁ ଘଉଡାଇବା ପାଇଁ ଗ୍ରାମବାସୀ ପ୍ରୟାସ ଜାରି ରଖିଥିବା ବେଳେ ହାତୀ ପଲ ତାଙ୍କର ଉପଦ୍ରବ ଜାରି ରଖିଛନ୍ତି । ଜଙ୍ଗଲ ବିଭାଗକୁ ଗ୍ରାମବାସୀ ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ । ତେବେ ଏନେଇ ଜଙ୍ଗଲ ବିଭାଗ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Oct 14, 2019, 9:18 PM IST

ABOUT THE AUTHOR

...view details