କେନ୍ଦୁଝର: ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶଗଡପଟା ଗ୍ରାମରେ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ହରିଚନ୍ଦନପୁର ବ୍ଲକ ଧୁରୁଡ଼ିଆମ୍ବ ଗ୍ରାମର ଉମାକାନ୍ତ ନାଏକ । ପାରିବାରିକ କଳହରୁ ଯବାନ ଜଣକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।
ଗତ ଅଗଷ୍ଟ ୩ ତାରିଖରେ ଉମାକାନ୍ତ ଛୁଟିରେ ପତ୍ନୀ ଓ ପୁଅଙ୍କୁ ଦେଖା କରିବା ପାଇଁ ଶ୍ବଶୁର ଘର ଗ୍ରାମ ଶଗଡପଟା ଯାଇଥିଲେ । ଗତ ସୋମବାର ରାତିରେ କୌଣସି କାରଣକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଉମାକାନ୍ତ ଏହି ଘଟଣା ପରେ ଶ୍ବଶୁର ଘରୁ ପଳାଇ ଆସିଥିଲେ । ତେବେ ଆଜି(ମଙ୍ଗଳବାର) ଶ୍ବଶୁର ଘରଠୁ କିଛି ବାଟ ଦୂରରେ ଏକ ଗଛରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।