କେନ୍ଦୁଝର: ତେଲକୋଇ ଥାନା ଅନ୍ତର୍ଗତ ବିରବରପୁର ନୂଆଗାଁରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଯୁବକ ଜଣଙ୍କ ହେଲେ ମକାପୁଡା ଗାଁର ପରମେଶ୍ବର ମହାନ୍ତ ।
ଶୁକ୍ରବାର ସନ୍ଧ୍ୟାରୁ ଯୁବକ ଜଣକ ନିଖୋଜ ଥିବା ବେଳେ ଶନିବାର ତାଙ୍କ ପ୍ରେମିକାଙ୍କ ଘର ପଛପଟ ଏକ ମହୁଲ ଗଛରେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପରମେଶ୍ବର ବିବାହିତ ଥିଲେ ମଧ୍ୟ ବିରବରପୁର ନୂଆଗାଁରେ ଜଣେ ଯୁବତୀଙ୍କ ସହିତ ତାଙ୍କର ସମ୍ପର୍କ ଥିଲା । ଏହାକୁ ନେଇ 2ପରିବାର ମଧ୍ୟରେ ଆଗରୁ ତିକ୍ତତା ମଧ୍ୟ ରହି ଆସି ଥିଲା । ତେବେ ମଝିରେ ଏନେଇ ତେଲକୋଇ ଥାନାରେ 2ପରିବାର ମଧ୍ୟରେ ମିଳାମିଶା ହୋଇ ଥିଲା ।