କେନ୍ଦୁଝର: ସ୍ୟାଣ୍ଡ ଆନିମେସନରେ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ସୁଶ୍ରୀ ସୁମନ ପତି । କୋରୋନା ବିରୁଦ୍ଧରେ ସଚେତନତା ଓ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ଏକ ପ୍ରୟାସ କରିଛନ୍ତି କେନ୍ଦୁଝର ପୁରୁଣାସହରର ସୁଶ୍ରୀ ସୁମନ ପତି । ସେ ସ୍ୟାଣ୍ଡ ଆନିମେସନ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି । ଦିନକୁ ଦିନ କୋରୋନା ମହାମାରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଚାଲିଛି । ଏଥିପାଇଁ ସମସ୍ତ ଦେଶର ସରକାର ଏହାକୁ ପ୍ରତିହତ କରିବା ପାଇଁ ନିଜ ନିଜ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି ।
ସ୍ୟାଣ୍ଡ ଆନିମେସନରେ କୋରୋନା ଯୋଦ୍ଧାଙ୍କୁ ସଲାମ୍ - keonjhar news
କୋରୋନା ବିରୁଦ୍ଧରେ ସଚେତନତା ଓ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ଏକ ପ୍ରୟାସ କରିଛନ୍ତି କେନ୍ଦୁଝର ପୁରୁଣାସହରର ସୁଶ୍ରୀ ସୁମନ ପତି ।
ସ୍ୟାଣ୍ଡ ଆନିମେସନରେ କୋରୋନା ଯୋଦ୍ଧାଙ୍କୁ ସଲାମ୍
ସରକାରଙ୍କୁ ସାହାଯ୍ୟ ପାଇଁ ମଧ୍ୟ ବହୁ ସଂଗଠନ ସ୍ବତପ୍ରବୃତ ଭାବେ ଆଗେଇ ଆସିଛନ୍ତି । ଏହି କୋରୋନାକୁ ମୁକାବିଲା କରିବା ପାଇଁ ମୁଖ୍ୟ ପୁରୋଧା ସାଜିଛନ୍ତି ଡାକ୍ତର, ପୋଲିସ ଓ ସ୍ୱାସ୍ଥ୍ୟ କର୍ମୀ । ଏମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ସରକାର ଏମାନଙ୍କୁ ସମ୍ମାନିତ କରିବା ସହ ଏହି ରୋଗକୁ କିପରି ଦୁରେଇ ହେବ ସେନେଇ ସଚେତନତା ଅଭିଯାନ ମଧ୍ୟ କରୁଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିିଭି ଭାରତ