ଓଡିଶା

odisha

ETV Bharat / state

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ । ପୋଲିସର ତଦନ୍ତ ଜାରି। ଅଧିକ ପଢନ୍ତୁ.....

By

Published : Jul 22, 2020, 1:54 PM IST

a dead body recovered from bridge in kendujhar
ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର:ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କେନ୍ଦୁଝର ସଦର ଅନ୍ତର୍ଗତ ଉପର ରାଇଗୁଡା ଗାଁରୁ ଆସିଛି ଏପରି ଅଭିଯୋଗ । ରୁଗୁଡିକୁଣ୍ଡ ନାଳରୁ ସକାଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ମନୋଜ ପ୍ରଧାନ ବୋଲି ଜଣାପଡ଼ିଛି । ମଙ୍ଗଳବାର ଘରୁ ବାହାରି ଗାଧେଇବାକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ସେ ଫେରି ନଥିବା ବେଳେ ବୁଧବାର ସକାଳୁ ତାଙ୍କର ମୃତଦେହ ନାଳରେ ଭାସୁଥିବା ଦେଥିବାକୁ ମିଳିଥିଲା ।

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ଯୁବକଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details