ଓଡିଶା

odisha

ETV Bharat / state

ହୋଟେଲରୁ କୋଭିଡ ଡାକ୍ତରଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆ ନିକଟସ୍ଥ ଏକ ଘରୋଇ ହୋଟେଲ ରୁମ ଭିତରେ ଜଣେ କୋଭିଡ଼ ଡାକ୍ତରଙ୍କ ମୃତ୍ୟୁ ଘଟିଛି।

By

Published : Dec 6, 2020, 11:03 PM IST

କୋଭିଡ ଡାକ୍ତରଙ୍କ ମୃତଦେହ ଉଦ୍ଧାର
କୋଭିଡ ଡାକ୍ତରଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: ସନ୍ଦେହଜନକ ଅବସ୍ଥାରେ ହୋଟେଲରୁ ମିଳିଲା କୋଭିଡ ଡାକ୍ତରଙ୍କ ମୃତଦେହ । କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆ ନିକଟସ୍ଥ ଏକ ଘରୋଇ ହୋଟେଲ ରୁମ ଭିତରେ ଜଣେ କୋଭିଡ଼ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବହଳଦା ଜାମଦା ଗ୍ରାମର ଆଶା ଚ଼ରଣ ମାଝି ବୋଲି ଜଣାପଡିଛି । ତାଙ୍କ ବୟସ ପାଖାପାଖି 55 ବର୍ଷ ।

ହୋଟେଲ ରୁମ ଭିତରୁ ମୃତଦେହ ଉଦ୍ଧାର

ଖବର ଅନୁସାରେ, ଡାକ୍ତର ମାଝି ରାଙ୍କିସ୍ଥିତ଼ କୋଭିଡ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ। ଆଜି(ରବିବାର) ସେ ହୋଟେଲ ଭିତରେ କବାଟ ଖୋଲି ଶୋଇଥିଲେ। ତାଙ୍କୁ କର୍ମଚାରୀମାନେ ଉଠିବାକୁ ବହୁଥର କହିଥିଲେ ମଧ୍ୟ ଶୁଣିନଥିଲେ।

ହୋଟେଲ ମାଲିକ ଜାଣିବାକୁ ପାଇ ଟାଉନ ପୋଲିସକୁ ଖବର ଦେବାରୁ ପୋଲିସ ଆସି ହୋଟେଲରେ ପହଞ୍ଚିଥିଲେ। ସେତେବେଳକୁ ଡାକ୍ତର ମାଝୀଙ୍କ ମୃତ୍ୟୁ ଘଟି ସାରିଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ପରେ ମୃତଦେହକୁ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଡାକ୍ତରଙ୍କ ମୃତ୍ୟୁ କିପରି ହୋଇଛି ତାହା ଏବେ ବି ଅସ୍ପଷ୍ଟ ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details