ଓଡିଶା

odisha

ETV Bharat / state

ମୋହନ ମାଝୀଙ୍କ ନାଁରେ ଅଭିଯୋଗ, ବ୍ୟବସାୟୀଙ୍କ ଟଙ୍କା ଫେରାଉ ନାହାନ୍ତି ବିଧାୟକ - ବିଧାୟକ ମୋହନ ଚରଣ ମାଝିଙ୍କ ନାଁରେ ଥାନାରେ ଏତଲା

କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆଣିଛନ୍ତି କେନ୍ଦୁଝର ସହରର ଜଣେ ପ୍ରତିଷ୍ଠିତ ଫର୍ଣ୍ଣିଚର ବ୍ୟବସାୟୀ । ଅଧିକ ପଢନ୍ତୁ

ବିଧାୟକ ମୋହନ ଚରଣ ମାଝିଙ୍କ ନାଁରେ ଠକେଇ ଅଭିଯୋଗ ଆଣିଲେ ବ୍ୟବସାୟୀ
ବିଧାୟକ ମୋହନ ଚରଣ ମାଝିଙ୍କ ନାଁରେ ଠକେଇ ଅଭିଯୋଗ ଆଣିଲେ ବ୍ୟବସାୟୀ

By

Published : Feb 5, 2022, 4:53 PM IST

Updated : Feb 5, 2022, 5:04 PM IST

କେନ୍ଦୁଝର:ସଦର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆଣିଛନ୍ତି କେନ୍ଦୁଝର ସହରର ଜଣେ ପ୍ରତିଷ୍ଠିତ ଫର୍ଣ୍ଣିଚର ବ୍ୟବସାୟୀ । ବ୍ୟବସାୟୀ ଜଣକ ବିଜେପିର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୀବ ନାୟକ ।

ମୋହନ ମାଝୀଙ୍କ ନାଁରେ ଅଭିଯୋଗ, ବ୍ୟବସାୟୀଙ୍କ ଟଙ୍କା ଫେରାଉ ନାହାନ୍ତି ବିଧାୟକ

ସୂଚନା ଅନୁସାରେ, ୨୦୧୯ରେ ସଞ୍ଜୀବଙ୍କ ଠାରୁ ମୋହନ ମାଝୀ ୩ ଲକ୍ଷ ୫୬ ହଜାର ଟଙ୍କାର ଆସବାବପତ୍ର ଓ କିଛି ନଗଦ ଟଙ୍କା ନେଇଥିଲେ । ତେବେ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ବ ହେଲେ ସୁଦ୍ଧା ବର୍ତ୍ତମାନ ଯାଏ ୧ ଲକ୍ଷ ୫୫ ହଜାର ଟଙ୍କା ବକେୟା ରହିଛି । ଟଙ୍କା ମାଗିଲେ ବ୍ୟବସାୟୀଙ୍କୁ ଧମକ ଦେଉଛନ୍ତି ବିଧାୟକ ।

ଏହାବି ପଢନ୍ତୁ :ଦେଶର ୨୫ ହଜାର ଗାଁରେ ନାହିଁ ମୋବାଇଲ ନେଟଓ୍ବର୍କ, ଆଗରେ ଓଡିଶା

ଏନେଇ ଥାନାରେ ଏତଲା ଦେଇଛନ୍ତି ବ୍ୟବସାୟୀ । ବିଧାୟକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସଞ୍ଜୀବ ନାଏକ ନିମ୍ନମାନର ଫର୍ଣ୍ଣିଚର ଦେଇଥିବା ବେଳେ ହିସାବ ମୁତାବକ ସମସ୍ତ ଟଙ୍କା ନେଇ ସାରିଥିବା ସଦର ବିଧାୟକ ପ୍ରକାଶ କରିଛନ୍ତି । ଏହାସହ ସମ୍ପୃକ୍ତ ବ୍ୟବସାୟୀଙ୍କ ନାଁରେ ମାନହାନୀ ମକଦ୍ଦମା କରିବେ ବୋଲି ବିଧାୟକ ଫୋନ ଯୋଗେ ଧମକ ଦେଇଥିବା ଅଭିଯୋଗ ହୋଇଛି । ସେପଟେ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ଟାଉନ ଥାନା ଆଇଆଇସି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Feb 5, 2022, 5:04 PM IST

ABOUT THE AUTHOR

...view details