ଆନନ୍ଦପୁର: ପୋଖରୀରେ ବୁଡ଼ି ନାବାଳକ ମୃତ । ରବିବାର ଆନନ୍ଦପୁର ଘସିପୁରା ବ୍ଳକ ଅର୍ଗଦ୍ଦା ଗ୍ରାମରେ ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ହେଲେ ଅର୍ଗଦ୍ଦା ଗ୍ରାମର ଆଶିଷ ଜେନା ।
ସୂଚନା ଅନୁଯାୟୀ, ରବିବାର ସକାଳୁ ଆଶିଷ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଯୁବକ ଓ ଅଗ୍ନିଶମ କର୍ମଚାରୀମାନେ ବହୁ ଖୋଜାଖୋଜି କରି ଆଶିଷଙ୍କୁ ଉଦ୍ଧାର କରିଥିଲେ ।