ଓଡିଶା

odisha

By

Published : Dec 31, 2020, 8:03 PM IST

ETV Bharat / state

୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ISO ସାର୍ଟିଫିକେଟ

କେନ୍ଦୁଝର ଜିଲ୍ଲାର ୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ISO9001 ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

କେନ୍ଦୁଝର ୭ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ISO ସାର୍ଟିଫିକେଟ
କେନ୍ଦୁଝର ୭ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ISO ସାର୍ଟିଫିକେଟ

କେନ୍ଦୁଝର: ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରାଯାଉଛି । କୋଭିଡ଼ ସମୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମେଡିକାଲ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ମଧ୍ୟ ଜିଲ୍ଲାର ରୋଗୀଙ୍କ ପାଇଁ ବିଭିନ୍ନ ପ୍ରକାରର ସହାୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା ।

ଏହି ମେଡିକାଲ ଗୁଡିକୁ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ଭିତ୍ତିଭୂମି ବିକାଶ କରାଯାଇଛି । ଏଭଳି ଭିତ୍ତିଭୂମିକୁ ଦେଖି ଜାତୀୟ ସ୍ତରରେ କେନ୍ଦୁଝର ଜିଲ୍ଲାର ୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ISO9001 ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

କେନ୍ଦୁଝର ୭ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ISO ସାର୍ଟିଫିକେଟ

ଏହି ସାର୍ଟିଫିକେଟ ପାଇବା ମଧ୍ୟରେ ପାଟଣା, ସାଇଁକୁଳ, ଦୁମୁରିୟା, ଭଣ୍ଡା, ବକ୍ସିବାରିଗାଁ, ହରିଚନ୍ଦନପୁର ଓ ଜଂଘିରା ସାମିଲ ହୋଇଛନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ପରି ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସହ ଯୋଗାଯୋଗ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details