ଓଡିଶା

odisha

ETV Bharat / state

କେନ୍ଦୁଝରରେ ପୁଣି 72 ଆକ୍ରାନ୍ତ ଚିହ୍ନଟ: ଧୂମଧାମରେ ପାଳନ ହେବନି ଗଣେଶ ପୂଜା - ଗଣେଶ ପୂଜା

ଜିଲ୍ଲାରେ ମଙ୍ଗଳବାର 72 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 72 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 63 ଜଣ ସ୍ଥାନୀୟ ଚିହ୍ନଟ ହୋଇଥିବାବେଳେ 9 ଜଣ ଟିଏମସିର ବୋଲି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

72 corona positive found in keonjhar
କେନ୍ଦୁଝରରେ ପୁଣି 72 ଆକ୍ରାନ୍ତ ଚିହ୍ନଟ: ଧୂମଧାମରେ ପାଳନ ହେବନି ଗଣେଶ ପୂଜା

By

Published : Aug 18, 2020, 4:50 PM IST

କେନ୍ଦୁଝର: ଜିଲ୍ଲାରେ ମଙ୍ଗଳବାର 72 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 72 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 63 ଜଣ ସ୍ଥାନୀୟ ଚିହ୍ନଟ ହୋଇଥିବା ବେଳେ 9 ଜଣ ଟିଏମସିର ବୋଲି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରୁ 23 ଜଣ ଆନନ୍ଦପୁର ବ୍ଲକ, 19 ଜଣ ଆନନ୍ଦପୁର ପୌରପାଳିକା, 14 ଜଣ ହାଟଡିହି ବ୍ଲକ, 3 ଜଣ ବାଂଶପାଳ ବ୍ଲକ ଓ 2 ଜଣ ଲେଖାଏଁ ଘଷିପୁରା ଓ ଯୋଡା ବ୍ଲକର ବୋଲି ଜିଲ୍ଲା ପ୍ରଶାସନ ପ୍ରକାଶ କରିଛନ୍ତି । ସମସ୍ତ ସ୍ଥାନୀୟ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରୁଛି ପ୍ରଶାସନ । ସମସ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ଆଜିକୁ ମିଶାଇ ୧୨୮୨ ଆକ୍ରାନ୍ତ ହୋଇଥିବାବେଳେ ୧୦୩୫ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୨୨୬ଟି ସକ୍ରିୟ ମାମଲା ରହିଛି ।

କେନ୍ଦୁଝରରେ ପୁଣି 72 ଆକ୍ରାନ୍ତ ଚିହ୍ନଟ: ଧୂମଧାମରେ ପାଳନ ହେବନି ଗଣେଶ ପୂଜା

ଜିଲ୍ଲାରେ ବର୍ତ୍ତମାନ ଟେଷ୍ଟିଂ ସଂଖ୍ୟାକୁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଦିନକୁ 3 ହଜାରରୁ ଊର୍ଦ୍ଧ୍ବ କୋରୋନା ଟେଷ୍ଟିଂ ହେଉଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଗଣେଶ ପୂଜା ଥିବାରୁ ଏହାକୁ ନେଇ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଗଣେଶ ପୂଜାରେ ଭିଡ଼ ହେଉଥିବା ଯୋଗୁଁ ଏହାକୁ ଧୁମଧାମରେ ପାଳନ ନକରିବାକୁ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details