ଆନନ୍ଦପୁର: ରାଜ୍ଯ ସରକାରଙ୍କ ଘୋଷଣା ଅନୁଯାୟୀ ଚଳିତ ବର୍ଷର ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ପାଇଁ ସରକାରୀ ବ୍ଯବସ୍ଥାରେ ଗୁରୁବାର କେନ୍ଦୁଝର ଜିଲ୍ଲାରୁ ୬୯ଜଣ ଛାତ୍ରଛାତ୍ରୀ ଭୁବନେଶ୍ବର ଯାଇଛନ୍ତି । କେନ୍ଦୁଝର ଜିଲ୍ଲା ନୋଡାଲ ସେଣ୍ଟର ଆନନ୍ଦପୁର ସରକାରୀ ଆଇ.ଟି.ଆଇରୁ ଓ.ଏସ୍ .ଆର.ଟି.ସିର ୩ଟି ବସ୍ ଯୋଗେ ଏହି ପିଲାମାନଙ୍କୁ ଆଜି ଭୁବନେଶ୍ବର ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି ।
ଜେଇଇ ମେନ୍, ନିଟ୍ ପାଇଁ ସରକାରୀ ବ୍ଯବସ୍ଥାରେ ଗଲେ ୬୮ ଛାତ୍ରଛାତ୍ରୀ - JEE Main and NEET Exam
ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ପାଇଁ କେନ୍ଦୁଝର ଜିଲ୍ଲାରୁ ସରକାରୀ ବ୍ଯବସ୍ଥାରେ ଗଲେ ୬୮ ଛାତ୍ରଛାତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଜେଇଇ ମେନ୍, ନିଟ୍ ପାଇଁ ସରକାରୀ ବ୍ଯବସ୍ଥାରେ ଗଲେ ୬୮ ଛାତ୍ରଛାତ୍ରୀ
ଜେଇଇ ମେନ୍, ନିଟ୍ ପାଇଁ ସରକାରୀ ବ୍ଯବସ୍ଥାରେ ଗଲେ ୬୮ ଛାତ୍ରଛାତ୍ରୀ
ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଶୁଭ କାମନା ଜଣାଇଥିଲେ । ଏହି ଅବସରରେ ମୋ ପରିବାରର ସଦସ୍ଯମାନେ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସାନିଟାଇଜେସନ୍ କିଟ୍ ବ୍ଯବସ୍ଥା କରିବା ସହ ସମଗ୍ର ପ୍ରକ୍ରିୟାରେ ସହଯୋଗ କରିଥିଲେ । କୋରୋନା ମହାମାରୀ ଯୋଗୁଁ ଚଳିତ ଜେଇଇ ମେନ୍ ଓ ନିଟ୍ ପରୀକ୍ଷାର୍ଥୀଙ୍କ ଯିବା ଆସିବା ଓ ରହିବାର ସମସ୍ତ ଦାୟିତ୍ବ ରାଜ୍ଯ ସରକାର ବହନ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ
TAGGED:
JEE Main and NEET Exam