କେନ୍ଦୁଝର: ଜିଲ୍ଲାରେ ପୁଣି ଆଉ ୬୬ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୫୩ ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ବେଳେ, ୧୩ ଜଣ ଟିଏମସିରୁ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
ଏହି ସ୍ଥାନୀୟ ଆକ୍ରନ୍ତଙ୍କ ମଧ୍ୟରୁ ଆନନ୍ଦପୁର ପୌରପାଳିକାରୁ ସର୍ବାଧିକ ୩୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଟିଏମସିର ୧୩ ଜଣକ ମଧ୍ୟରୁ କେନ୍ଦୁଝର ସଦର ପାଟଣା ରୁ ୪ ଜଣ, ତେଲକୋଇରୁ ୩ ଜଣ, ସାହାରପଡ଼ାରୁ ୨ ଜଣ ଓ ଝମ୍ପୁରା ବ୍ଲକରୁ ୩ ଜଣ ଆକ୍ରନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।