ଓଡିଶା

odisha

ETV Bharat / state

ମିଳନୀ ସାହିତ୍ୟ ସଂସଦର 60ତମ ବାର୍ଷିକ ଉତ୍ସବ, ସାହିତ୍ୟ ରଚନା କରିବା ମଧ୍ୟ ଏକ ବିପ୍ଳବ କହିଲେ ଦାଶ ବେନୁହୁର - milani Sahitya Sasand foundation

କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମିଳନୀ ସାହିତ୍ୟ ସଂସଦର 60ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

60th anniversary of sahitya sasand
60th anniversary of sahitya sasand

By

Published : Jan 8, 2023, 7:41 PM IST

ମିଳନୀ ସାହିତ୍ୟ ସଂସଦର 60ତମ ବାର୍ଷିକ ଉତ୍ସବ

କେନ୍ଦୁଝର :କେନ୍ଦୁଝର ଜିଲ୍ଲା ଏକ ବିପ୍ଳବର ମାଟି। ଏହି ବିପ୍ଳବ ସାହିତ୍ୟ ରଚନାରୁ ହୋଇଥିଲା । ବିପ୍ଳବ ଦ୍ବାରା ହିଁ ଚେତନା ହୋଇଥାଏ । ତେବେ ଚେତନା ଉଦୟ ହେଲେ ହିଁ ନୂଆ ଯୁଗର ଆରମ୍ଭ ହୋଇଥାଏ ବୋଲି କହିଛନ୍ତି ବିଶିଷ୍ଟ ଲେଖକ ଦାଶ ବେନୁହୁର । ଅନ୍ୟପଟେ ଆଜି କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମିଳନୀ ସାହିତ୍ୟ ସଂସଦର 60ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ଦାଶ ବେନୁହୁର ଦ୍ଵିଭାଷୀ କବି ପ୍ରଦୀପ ବିଶ୍ୱାଳ ଯୋଗ ଦେଇ ସାହିତ୍ୟ ଦ୍ୱାରା କିପରି ଯୁଗର ପରିବର୍ତ୍ତନ ହୋଇଛି ସେନେଇ ଆଲୋକପାତ କରିଥିଲେ । ପ୍ରକୃତି ହିଁ ପ୍ରଥମ ସାହିତ୍ୟକ । ସେଠୁ ବହୁତ କିଛି ଶିଖିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥିମାନେ ପ୍ରକାଶ କରିଥିଲେ । ଏହି ବାର୍ଷିକ ଉତ୍ସବ ଅବସରରେ ବହୁ ବର୍ଷିଆନ ଲେଖକ ଓ କବିଙ୍କୁ ସାହିତ୍ୟ ସଂସଦ ପକ୍ଷରୁ ତାଙ୍କର ଜୀବନବ୍ୟାପି ସାଧନା ପାଇଁ ସମ୍ମାନିତ କରାଯାଇଥିଲା । ସାହିତ୍ୟ ସଂସଦର ସଭାପତି ଦେବାଶିଷ ଚକ୍ରବର୍ତ୍ତୀ ଓ ସମ୍ପାଦକ ଚିତ୍ତ ମିଶ୍ରଙ୍କ ତତ୍ୱାବଧାନରେ ଉତ୍ସବରେ ସାହିତ୍ୟ ସଭା ଓ କବି ସମ୍ମିଳନୀ ହୋଇଥିବା ବେଳେ ଶତାଧିକ ଜିଲ୍ଲାର କୋଣ ଅନୁକୋଣରୁ କବି ଲେଖକ ଯୋଗ ଦେଇ ଦେଇଥିଲେ ।

ଏନେଇ ଦାଶ ବେନୁହୁର କହିଛନ୍ତି, "ସାହିତ୍ୟକୁ ନେଇ ଏହି ଅନୁଷ୍ଠାନ ଗଢା ହୋଇଛି । ଯେଉଁ ଅନୁଷ୍ଠାନକୁ 60ବର୍ଷ ହୋଇଗଲା । ଏନେଇ ଏହାର ବାର୍ଷିକ ଉତ୍ସବର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ କେନ୍ଦୁଝର ଜିଲ୍ଲା ଓଡିଶାରେ ବିପ୍ଳବ ଭୂମି ଭାବରେ ଅଧିକାର କରିଛି । ତେବେ ସାହିତ୍ୟ ରଚନା ମଧ୍ୟ ଏକ ପ୍ରକାର ବିପ୍ଳବ । ତାହାରି ମାଧ୍ୟମରେ ହିଁ ଚେତନାରେ ପରିବର୍ତ୍ତନ ଆସେ ।"

ସେହିପରି ଅନ୍ୟପଟେ ଦ୍ଵିଭାଷୀ କବି ପ୍ରଦୀପ ବିଶ୍ୱାଳ କହିଛନ୍ତି, "ସଂସଦର ଆଜି 60ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲି । କେନ୍ଦୁଝର ମାଟିରେ ବହୁ ଓଡିଆ ସାହିତିକ ଜନ୍ମ ନେଇଛନ୍ତି । ତେଣୁ ଏହି ମିଳନୀ ସାହିତ୍ୟ ସଂସଦରେ ଯୋଗ ଦେବା ଏକ ସୌଭାଗ୍ୟର ବିଷୟ । ଓଡ଼ିଆ ସାହିତ୍ୟ ପାଇଁ ଭବିଷ୍ୟତରେ ତରୁଣ ସାହିତିକ ମାନଙ୍କୁ ଅନୁପ୍ରାଣିତ କରିବ ।"

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details