କେନ୍ଦୁଝର: ଝାଡ଼ଖଣ୍ଡକୁ ଚୋରା ଲୁହା ପିଲେଟ (ଲୁହାପଥର ଗୁଲି) ଚାଲାଣର ପର୍ଦାଫାସ କଲା ପୋଲିସ। ଲୁହା ପିଲେଟ ଚାଲାଣ ବେଳେ ଝାଡ଼ଖଣ୍ଡ ଚାଇଁବାସାରୁ ୬ଟି ଟିପରକୁ ଧରିଲା ବଡ଼ବିଲ ପୋଲିସ । ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୨୦ହଜାର ଟଙ୍କା, ଚାଲାଣ, ରିସିଭିଂ ରେଜିଷ୍ଟର ଓ ଏକ ମୋବାଇଲ ଫୋନ ଜବତ୍ କରାଯାଇଛି ।
ଜବତ ହୋଇଥିବା 60 ଟନ୍ ପିଲେଟର ମୂଲ୍ୟ ସାଢ଼େ ତିନି ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗତ ୧୮ ତାରିଖ ରାତିରେ ବଡ଼ବିଲ ସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ପ୍ଲାଣ୍ଟରୁ ଜେ.ବି. ନ୍ୟାସନାଲ ଟ୍ରାନ୍ସପୋର୍ଟ ନାମକ ପରିବହନ ସଂସ୍ଥା ମାଧ୍ୟମରେ ନିକଟବର୍ତୀ ବଡ଼ା ଜାମୁଦା ରେଳ ସାଇଡିଂକୁ ପିଲେଟ୍ ପରିବହନ କରାଯାଉଥିଲା ।
ଏନେଇ ବଡ଼ବିଲ ପୋଲିସ ଖବର ପାଇବା ପରେ ଟିପର ଗୁଡ଼ିକୁ ପିଛା କରି ଝାଡ଼ଖଣ୍ଡ ଚାଇଁବାସା ନିକଟରୁ ଧରିବାରେ ସକ୍ଷମ ହୋଇଥିଲେ ହେଁ, ସମସ୍ତ ୬ଜଣ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।