ଓଡିଶା

odisha

ETV Bharat / state

ଲହଣ୍ଡା ହତ୍ୟାକାଣ୍ଡ ମାମଲା: 4 ବର୍ଷ ପରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ - life imprisonment

ଗୁଣିଗାରେଡି ସନ୍ଦେହରେ ଚମ୍ପୁଆର ଲହଣ୍ଡା ଗାଁ ମୁଣ୍ଡା ସାହିର ଗୋଟିଏ ପରିବାରକୁ ହତ୍ୟା ଘଟଣାରେ 6 ଆକ୍ରମଣକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଚମ୍ପୁଆ ଏଡିଜେ କୋର୍ଟ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

By

Published : Oct 31, 2019, 5:49 PM IST

Updated : Oct 31, 2019, 6:43 PM IST

କେନ୍ଦୁଝର: 4 ବର୍ଷ ପରେ ଦୋଷୀଙ୍କୁ ମିଳିଲା ଦଣ୍ଡ । ଗୁଣିଗାରେଡି ସନ୍ଦେହରେ ଚମ୍ପୁଆର ଲହଣ୍ଡା ଗାଁ ମୁଣ୍ଡା ସାହିର ଗୁରାମୁଣ୍ଡାଙ୍କ ପୂରା ପରିବାରକୁ ହତ୍ୟା କରିବା ଘଟଣାରେ 6ଜଣଙ୍କୁ ଆଜୀବନ କାରାଦଣ୍ଡ ଓ 10 ହଜାର ଲେଖାଁଏ ଜୋରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ଗୁରୁବାର ଏ ନେଇ ବିଚାର କରି ଚମ୍ପୁଆ ଏଡିଜେ କୋର୍ଟ ଶୁଣାଣି କରିଛନ୍ତି ।

ଘଟଣା ଥିଲା ଏପରି , ୨୦୧୫ ମସିହା ଜୁଲାଇ ମାସ । ରାତିରେ ଘରେ ଶୋଇଥିବା ବେଳେ ହଠାତ୍ ଗୁରାମୁଣ୍ଡାଙ୍କ ଘରେ ପଶିଯାଇଥିଲେ ୧୦ ଜଣ । କେହି କିଛି ବୁଝିବା ଆଗରୁ ସଂଘବଦ୍ଧ ଭାବେ ଗୁରାମୁଣ୍ଡାଙ୍କ ପରିବାରର ଜଣଙ୍କ ପରେ ଜଣେ ଏପରି ୮ ଜଣଙ୍କୁ ଟାଙ୍ଗିଆ ଓ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ ଆକ୍ରମଣକାରୀ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

ଏମାନେ ଏତେ ନୃଶଂସ ଥିଲେ ଯେ, ଛୋଟ ଛୁଆଙ୍କୁ ମଧ୍ୟ ଛାଡିନଥିଲେ । ଏହି ଆକସ୍ମିକ ଆକ୍ରମଣରେ ଗୁରାମୁଣ୍ଡା, ସ୍ତ୍ରୀ ବୁଧୁନୀ ମୁଣ୍ଡା , ଦୁଇ ଝିଅ ସୋମବାରୀ ଓ ନମିତାଙ୍କ ସହ ଦୁଇ ପୁଅ ସୁନୀଲ ଓ କୁଶ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା ।ଅନ୍ୟପଟେ ଅନ୍ୟ ଦୁଇ ପୁଅ ଗଣିତ ଓ ଶମ୍ବୁ ମୁଣ୍ଡା ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିଲେ ।

ଏହି ଘଟଣାରେ ପୋଲିସ ତଦନ୍ତ କରି ୧୦ ଜଣଙ୍କୁ ଗିରଫ କରିଥିଲା । ସେଥିରେ ଜଣେ ନାବାଳକ ମଧ୍ୟ ଥିଲା । ଏହି ଘଟଣାର ଶୁଣାଣି କରି ଚମ୍ପୁଆ ଏଡିଜେ ଅନ୍ୟ ୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଛନ୍ତି ।

ଏଥିସହ ଅନ୍ୟ ଜଣେ ମହିଳା ଅଭିଯୁକ୍ତ ପାଣ୍ଡିରା ମୁଣ୍ଡାଙ୍କୁ ଗୁଣିଗାରେଡି ଅଭିଯୋଗରେ ୩ ବର୍ଷ ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି । ତେବେ ଦଣ୍ଡ ପାଇଥିବା 6 ଜଣ ଦୋଷୀଙ୍କ ମଧ୍ୟରେ ମାନା ମୁଣ୍ଡା , ବାବୁଲ ମୁଣ୍ଡା , ଉମା ମୁଣ୍ଡା , ବାବୁଲାଲ ମୁଣ୍ଡା , ରତନା ମୁଣ୍ଡା ଓ ଇଶ୍ଵର ମୁଣ୍ଡା ରହିଛନ୍ତି ।

ଏହି ମାମଲାକୁ ତତ୍କାଳିନ ଏଡିଜି ତଥା ବର୍ତ୍ତମାନର ଡିଜି ବି.କେ ଶର୍ମା ଗୁରୁତର ସହ ନେଇ ନିଜେ ଉପସ୍ଥିତ ରହି ତଦନ୍ତ ଦାୟିତ୍ବର ତଦାରଖ କରିଥିଲେ ।

କେନ୍ଦୁଝରର ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Oct 31, 2019, 6:43 PM IST

ABOUT THE AUTHOR

...view details