ଓଡିଶା

odisha

ETV Bharat / state

ଆନନ୍ଦପୁର ପୌରପରିଷଦ ସମେତ ପାଞ୍ଚୋଟି ଗାଁ ସଟଡାଉନ - 5 village shut down in anandapur

ବଢ଼ୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ସମ୍ପୂର୍ଣ୍ଣ ଆନନ୍ଦପୁର ପୌରପରିଷଦ ସମେତ ପାଞ୍ଚୋଟି ଗାଁକୁ ଶୁକ୍ରବାର ଠାରୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆନନ୍ଦପୁର ପୌରପରିଷଦ ସମେତ ପାଞ୍ଚୋଟି ଗାଁ ସଟଡାଉନ
ଆନନ୍ଦପୁର ପୌରପରିଷଦ ସମେତ ପାଞ୍ଚୋଟି ଗାଁ ସଟଡାଉନ

By

Published : Aug 21, 2020, 4:35 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ମାମଲା । ବଢ଼ୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ସମ୍ପୂର୍ଣ୍ଣ ଆନନ୍ଦପୁର ପୌରପରିଷଦ ସମେତ ପାଞ୍ଚୋଟି ଗାଁକୁ ଶୁକ୍ରବାର ଠାରୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଆନନ୍ଦପୁର ପୌରପରିଷଦରେ ମୋଟ ୨୧୬ ଟି ପଜିଟିଭ କେସ ବାହାରିଥିବା ବେଳେ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଆନନ୍ଦପୁର ପୌରପରିଷଦ ସମେତ ପାଞ୍ଚୋଟି ଗାଁ ସଟଡାଉନ

ପ୍ରଥମେ ପୌରପରିଷଦକୁ ସଟଡାଉନ ଏବଂ ପରେ ପରେ ନିୟମରେ କିଛିଟା କୋହଳ କରି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିବା ବେଳେ ପୁନର୍ବାର ଆଜିଠାରୁ ଅଗଷ୍ଟ ୨୭ ତାରିଖ ଯାଏଁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ଏହି ସମୟରେ ମେଡିସିନ ଦୋକାନକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଘରକୁ ଘର ବୁଲି ଯୋଗାଇବାର ବ୍ୟବସ୍ଥା କରାଯାଇଛି ।

ପୌରପରିଷଦ ନିକଟରେ ଥିବା ପାଞ୍ଚୋଟି ଗାଁ ଯଥା ବେଲବାହାଳି, ଜଳସୁଆଁ, ଟୋଲଙ୍ଗପଡା, ଶାଲବଣି ଏବଂ ମୋଚିନ୍ଦାରେ ଏହି ନିୟମ ଲାଗୁ ରହିବା ନେଇ ସୂଚନା ଦେଇଛନ୍ତି ଦାଇତ୍ୱରେ ଥିବା ଉପଜିଲ୍ଲାପାଳ । ଅନ୍ୟ ପକ୍ଷରେ ଲୋକମାନଙ୍କୁ ଆଗୁଆ ସୂଚନା ନଦେଇ ପ୍ରଶାସନର ଏପରି ପଦକ୍ଷେପ ଗ୍ରହଣ କରୁଥିବାରୁ ବ୍ୟବସାୟୀ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details