କେନ୍ଦୁଝର: ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ଗତ ଶନିବାର ଦିନ ରାତିରେ ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ କେନ୍ଦୁଝର ଆଇଟିସି କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଆଶୁତୋଷ ଅଗ୍ରୱାଲଙ୍କ ମ୍ୟାନେଜର ସରତ ବାରିକ ଓ ଦୁଇଜଣ ଶ୍ରମିକ ଏକ 407 ଗାଡିରେ ଘଟଗାଁ ଓ ହରିଚନ୍ଦନପୁର ଅଞ୍ଚଳରୁ ଫେରୁଥିବା ସମୟରେ ନିକଟରୁ ଏହି ଲୁଟ ହୋଇଛି । ସେମାନେ ବ୍ୟବସାୟୀଙ୍କଠାରୁ ଟଙ୍କା କଲେକ୍ସନ କରି ବିଳମ୍ବିତ ରାତିରେ ଫେରୁଥିଲେ । ଏହି ସମୟରେ ପିପିଳିଆ ନିକଟରେ 4 ଜଣ ଦୁର୍ବୃତ୍ତ କାରରେ ଆସି ସରତଙ୍କୁ ଖଣ୍ଡାରେ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଫେରାର ହୋଇଯାଇଥିଲେ । ଏ ନେଇ ଘଟଗାଁ ଥାନାରେ ଏକ ଅଭିଯୋଗ ହୋଇଥିଲା ।