ଫୁଲବାଣୀ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ନିକଟରେ ଦୁର୍ଘଟଣା । 49 ନମ୍ବର ଜାତୀୟ ରାଜପଥ ବାୟାପଣ୍ଡାଧାରାରେ ନିକଟରେ କାରକୁ ପିଟିଲା ଟ୍ରକ । କାରରେ ବସିଥିବା 5 ଯାତ୍ରୀ ଗୁରୁତର ଆହତ ।
ଟ୍ରକ ସହ ପିଟି ହେଲା କାର୍, 5 ଗୁରୁତର - ଟ୍ରକ ସହ ବାଡେଇ ହେଲା କାର
କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ନିକଟରେ କାରକୁ ପିଟିଲା ଟ୍ରକ । ବାୟାପଣ୍ଡାଧାରାରେ ନିକଟରେ ଦୁର୍ଘଟଣା ଘଟିଥିବାବେଳେ 5 ଗୁରୁତର । ଅଧିକ ପଢନ୍ତୁ...
ଟ୍ରକ ସହ ବାଡେଇ ହେଲା କାର
ଟ୍ରକ ସହ ପିଟି ହେଲା କାର୍
ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମ୍ବଲପୁରରୁ ଭଦ୍ରକ ଠାକୁର ଦର୍ଶନ କରି ଏକ ଟାଟା ଟିଗର ଯୋଗେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଗୁରୁତର ହେଲେ ଭାରତ କବି, ଅରୁପନନ୍ଦ ବେହେରା, ଶ୍ରୀକାନ୍ତ ଭୁତିଆ, ଏସେକେ ନଉବ, ଏସକେ ବାବୁ । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ
Last Updated : Mar 28, 2021, 1:21 PM IST