କେନ୍ଦୁଝର: ସ୍ବାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ଜେଲରୁ ମୁକୁଳିଲେ ୪ କଏଦୀ । ସେମାନଙ୍କ ଆଚରଣ ଏବଂ ସ୍ଵଭାବରେ ପରିବର୍ତ୍ତନ ଆସିଥିବାରୁ ସେମାନଙ୍କୁ ମୁକ୍ତ କରିବାକୁ ଜେଲ କତ୍ତୃପକ୍ଷ ସୁପାରିଶ କରିଥିଲେ ।
ମୁକ୍ତିର ଆନନ୍ଦ: କାରାଗାରରୁ ମୁକ୍ତ ହେଲେ ୪ କଏଦୀ - କେନ୍ଦୁଝର ଜେଲ ଅଧିକ୍ଷକ
ସ୍ବାଧନତା ଦିବସ ଅବସରରେ କେନ୍ଦୁଝର ଜେଲରୁ ସ୍ଵଭାବରେ ପରିବର୍ତ୍ତନ ଆସିଥିବା ୪ ଜଣ କଏଦୀ ମୁକ୍ତି ପାଇଛନ୍ତି । ରାଜ୍ୟର ବିଭିନ୍ନ ଜେଲରୁ ସମୁଦାୟ ୧୯ ଜଣ କଏଦୀଙ୍କୁ ମୁକ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଅଧିକ ପଢ଼ନ୍ତୁ
ସ୍ବାଧନତା ଦିବସ ଅବସରରେ ରାଜ୍ୟର ବିଭିନ୍ନ ଜେଲରେ ଅଳ୍ପ ସଜାରେ ଦଣ୍ଡିତ ଥିବା କଏଦୀଙ୍କୁ ମୁକୁଳାଇବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ଓ ରାଜ୍ୟ ସରକାର । ଓଡିଶାରୁ ସମୁଦାୟ ୧୯ ଜଣ କଏଦୀଙ୍କୁ ବିଭିନ୍ନ ଜେଲରୁ ମୁକ୍ତ କରାଯାଇଛି । ବ୍ରହ୍ମପୁରରୁ ସର୍ବାଧିକ ୬ ଜଣ କଏଦୀ ମୁକୁଳିଥିବା ବେଳେ କେନ୍ଦୁଝରରୁ ୪ ଜଣ ମୁକୁଳିଛନ୍ତି । ଏହି ୪ ଜଣ ୧୦ ବର୍ଷରୁ କମ ସଜାରେ ଦଣ୍ଡିତ ହୋଇ ଜେଲରେ ରହିଥିଲେ । ତେବେ ସେମାନଙ୍କ ଆଚରଣ ଏବଂ ସ୍ଵଭାବରେ ପରିବର୍ତ୍ତନ ଆସିଥିବାରୁ ସେମାନଙ୍କ ନାମ ଜେଲ ପକ୍ଷରୁ ସୁପାରିଶ କରାଯାଇଥିଲା । ସେପଟେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ କେନ୍ଦୁଝର ଜେଲ ଅଧିକ୍ଷକ ଆହ୍ବାନ କରିଛନ୍ତି ।
ଇଟିଭି ଭାରତ, କେନ୍ଦୁଝର