ଓଡିଶା

odisha

ETV Bharat / state

ସର୍ଟ ସର୍କିଟରେ ଜଳିଗଲା ଚାରି ବଖରା ଘର, ନଗଦ ଟଙ୍କା ସହ ପୋଡିଗଲା ସୁନାଗହଣା - ଆନନ୍ଦପୁର ଅଗ୍ନିକାଣ୍ଡ

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଚାରି ବଖରା ଘର । କେଉଁଝର ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମରେ ଅଘଟଣ। ପଢନ୍ତୁ ଅଧିକ ......

ସର୍ଟ ସର୍କିଟରେ ଜଳିଗଲା ଚାରି ବଖରା ଘର
ସର୍ଟ ସର୍କିଟରେ ଜଳିଗଲା ଚାରି ବଖରା ଘର

By

Published : Oct 18, 2020, 11:08 AM IST

ଆନନ୍ଦପୁର: ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଚାରି ବଖରା ଘର । ଏପରି ଅଭାବନୀୟ ଘଟଣା ଘଟିଛି କେଉଁଝର ଆନନ୍ଦପୁର ବ୍ଲକରେ। ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଓଝା, ପଦ୍ମଲାଭ ଓଝା, କମଳଲୋଚନ ଓଝାଙ୍କ ଘର ରାତି 2ଟା ସମୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଘର ଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଥିଲା । ଘରେ ଶୋଇଥିବା ଲୋକେ ଅଳ୍ପକେ ବ଼ଞ୍ଚିଯାଇଛନ୍ତି । ନିଆଁ ଏତେ ଶୀଘ୍ର ବ୍ୟାପିଥିଲା ଯେ ଘରୁ କୌଣସି ଜିନଷ ଉଦ୍ଧାର କରିବା ସମ୍ଭବ ହୋଇନଥିଲା ।

ସର୍ଟ ସର୍କିଟରେ ଜଳିଗଲା ଚାରି ବଖରା ଘର

ଫ୍ରିଜ, ଗଡ଼ରେଜ, ଟିଭି, ଦୁଇଭରି ସୁନା ଅଳଙ୍କାର, ଘରର ସମସ୍ତ ଆସବାବପତ୍ର ସହ ନଗଦ 20,000 ଟଙ୍କା ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଖବର ପାଇ ଆନନ୍ଦପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details