କେନ୍ଦୁଝର: ଜିଲ୍ଲାର ୩୨ଟି ଆଦିବାସୀ ହଷ୍ଟେଲକୁ ମିଳିଲା ଆଇଏସଓ ମାନ୍ୟତା । ସରକାର ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ କରିଛନ୍ତି ବହୁ ବ୍ୟବସ୍ଥା । ଏହା ସହ ହଷ୍ଟେଲରେ ରହି ଶିକ୍ଷା ପାଇବା ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ।
କେନ୍ଦୁଝର ଜିଲ୍ଲାର ୩୨ ଆଦିବାସୀ ହଷ୍ଟେଲକୁ ମିଳିଲା ଆଇଏସଓ ମାନ୍ୟତା - KENDUJHAR NEWS
କେନ୍ଦୁଝର ଜିଲ୍ଲାର ୩୨ଟି ଆଦିବାସୀ ହଷ୍ଟେଲକୁ ମିଳିଲା ଆଇଏସଓ ମାନ୍ୟତା । ଜିଲ୍ଲାର ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ୮୮ ଗୋଟି ବିଦ୍ୟାଳୟ ପରିଚାଳିତ ହେଉଥିଲା ବେଳେ 32 ଟିକୁ ମିଳିଥିବା ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି ।
ରାଜ୍ୟ ସରକାର ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେବା ସହ ସେମାନଙ୍କ ପାଇଁ ଆବାସିକ ହଷ୍ଟେଲ ବ୍ୟବସ୍ଥା କରିଛନ୍ତି । ଏହି ହଷ୍ଟେଲ ଗୁଡିକରେ ସରକାର ସମସ୍ତ ଉନ୍ନତମାନର ସୁବିଧା ଯୋଗାଇ ଦେଉଛନ୍ତି । ଏହି ଉନ୍ନତମାନର ହଷ୍ଟେଲ ଗୁଡିକରେ ଯୋଗାଇ ଦିଆ ଯାଉଥିବା ସୁବିଧାକୁ ନେଇ ସରକାର ଏକ ମାନ୍ୟତା ପ୍ରାପ୍ତ ବେସରକାରୀ ଅନୁଷ୍ଠାନ ଦ୍ବାରା ଅନୁଧ୍ୟାନ କରାଇଥିଲେ । ଜିଲ୍ଲାର ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ୮୮ ଗୋଟି ବିଦ୍ୟାଳୟ ପରିଚାଳିତ ହେଉଛି । ଏହି ବିଦ୍ୟାଳୟ ଗୁଡିକରେ ୧୫୬ ଟି ହଷ୍ଟେଲ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୨ ହଷ୍ଟେଲର ଅନୁଧ୍ୟାନ କରାଯାଇଥିଲା । ଏହି ୩୨ ଗୋଟି ହଷ୍ଟେଲକୁ ଆଇଏସଓ ମାନ୍ୟତା ପ୍ରଦାନ କରାଯାଇଛି । ଅନ୍ୟ ଯେଉଁ ହଷ୍ଟେଲ ଗୁଡିକରେ କିଛି ଅସୁବିଧା ଅଛି ତାକୁ ମଧ୍ୟ ପୂରଣ କରାଯାଇ ତାକୁ ଉନ୍ନତ ମାନର କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରକାଶ କରିଛନ୍ତି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ