କେନ୍ଦୁଝର : କୁବେର ପୂରୀ କୁହାଯାଉଥିବା ଯୋଡ଼ା ଏବେ ଖଣିମାପିଂଆ, କାଠ ଓ ମଦ ମାପିଂଆଙ୍କ ପାଇଁ ଭୂସ୍ଵର୍ଗ ପାଲଟିଥିବା ବେଳେ ଏବେ ଚୋରା ମଦ କାରବାର ମଧ୍ୟ ଚର୍ଚ୍ଚାକୁ ଆସିବାରେ ଲାଗିଛି । ବେଆଇନ ମଦ ଦୋକାନ ଉପରେ ଯୋଡ଼ା ପୋଲିସର ଚଢ଼ାଉ କରିଛି । ଏଥିରେ ୩0୯ ବୋତଲ ମଦ ଓ 4 ଟି ଫ୍ରିଜ୍ ଜବତ କରିବା ସହ 4 ଜଣ ଚୋରା ମଦ ବେପାରୀକୁ ଗିରଫ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ ଯୋଡ଼ା ହନୁମାନ ହଟିଙ୍ଗରେ ବିନା ଲାଇସେନ୍ସରେ ୩ଟି ସ୍ଥାନରେ ବିଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ଯୋଡ଼ା ପୋଲିସ୍ ଅଚାନକ ଚଢ଼ାଉ କରିଥିଲା । ସେଠାରୁ ବିଭିନ୍ନ ବ୍ରାଣ୍ଡର ୧୫୪ ବୋତଲ ବିଅର, ୧୫୫ ବୋତଲ ବିଦେଶୀ ମଦ ସହ ୪ଟି ଫ୍ରୀଜ୍ ଜବତ୍ କରିଛି ଯୋଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ ୨ମହିଳାଙ୍କ ସମେତ ୩ ଅଭିଯୁକ୍ତ ଗିରଫ୍ କରାଯାଇଛି । ଗିରଫ୍ ଅଭିଯୁକ୍ତମାନେ ହେଲେ, ହନୁମାନ ହଟିଙ୍ଗର ଲକ୍ଷ୍ମୀଧର ସିଂ, ମିନା ଗିରି ଓ ପିଙ୍କି ବେହେରା ବୋଲି ଜଣାପଡିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।