କେନ୍ଦୁଝର: ସାରା ରାଜ୍ୟରେ ମହାମାରୀ କୋରୋନା ସାଙ୍ଘାତିକ ଭାବେ ବୃଦ୍ଧି ପାଉଛି । ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଆଜି ପୁଣି ରାଜ୍ୟରେ 543 ଜଣ କୋରୋନା ଚିହ୍ନଟ ହୋଇଛି । କେନ୍ଦୁଝରରୁ ପୁଣି 22ଟି ନୂତନ ମାମଲା ରିପୋର୍ଟ କରାଯାଇଛି ।
ଏହି ନୂତନ ଆକ୍ରାନ୍ତ ମଧ୍ୟରୁ 2 ଜଣ ଯୋଡା ବ୍ଲକ, 18 ଜଣ ପାଟଣା, ସାହାରପଡା, ଆନନ୍ଦପୁର, ଘଟଗାଁ, ତେଲକୋଇ, ଝୁମ୍ପୁରା, ହାଟଡିହି ଓ ହରିଚନ୍ଦନପୁର ବ୍ଲକର ଟିଏମିସରୁ ଚିହ୍ନଟ ହୋଇଛନ୍ତି । ଚିନ୍ତାର ବିଷୟ ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ କୋରୋନା ଯୋଦ୍ଧା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।