ଓଡିଶା

odisha

By

Published : Aug 22, 2020, 8:10 PM IST

ETV Bharat / state

୩ କ୍ୱିଣ୍ଟାଲ୍ ତମ୍ବା ତାର ସହ କାର ଜବତ, ୩ ଅଭିଯୁକ୍ତ ଗିରଫ

ବଡ଼ବିଲ ପୋଲିସ ୩ କ୍ୱିଣ୍ଟାଲ ତମ୍ବା ତାର ସହ ଏକ କାର ଜବତ‌ କରିଛି । ଏଥିସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି । ଅଧିକ ପଢନ୍ତୁ..

୩ କ୍ୱିଣ୍ଟାଲ୍ ତମ୍ବା ତାର ସହ କାର ଜବତ, ୩ ଅଭିଯୁକ୍ତ ଗିରଫ
୩ କ୍ୱିଣ୍ଟାଲ୍ ତମ୍ବା ତାର ସହ କାର ଜବତ, ୩ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବଡ଼ବିଲ ପୋଲିସ ୩ କ୍ୱିଣ୍ଟାଲ ତମ୍ବା ତାର ସହ ଏକ କାର ଜବତ‌ କରିଛି । ଏଥିସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି । ଓଏମଡିସି ଠାକୁରାଣୀ ମାଇନ୍ସର ଗୋଦାମ ଘରେ ପଶି ସେଠାରୁ ଏସବୁ ତମ୍ବା ତାରକୁ ଏହି ୩ ଜଣ ଚୋର ଚୋରି କରିନେଇଥିଲେ ବୋଲି ପୋଲିସ ସୂଚନା ଦେଇଛି ।

୩ କ୍ୱିଣ୍ଟାଲ୍ ତମ୍ବା ତାର ସହ କାର ଜବତ, ୩ ଅଭିଯୁକ୍ତ ଗିରଫ

ଗିରଫ ୩ ଅଭିଯୁକ୍ତ ହେଲେ, ପିଏଚଡି ରୋଡ୍ ଅଂଚଳର ସମ୍ଭୁ ସାହୁ, ଠାକୁରାଣୀ ଅଂଚଳର ଅର୍ଜ୍ଜୁନ ମହାନ୍ତ ଓ ରାଜେନ୍ଦ୍ର ରାଜଭର୍ । ଗିରଫ କରାଯିବା ପରେ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

୩ କ୍ୱିଣ୍ଟାଲ୍ ତମ୍ବା ତାର ସହ କାର ଜବତ, ୩ ଅଭିଯୁକ୍ତ ଗିରଫ

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details