ଓଡିଶା

odisha

By

Published : May 22, 2020, 1:37 PM IST

Updated : May 22, 2020, 2:59 PM IST

ETV Bharat / state

କେନ୍ଦୁଝରରେ ପୁଣି 3 କୋରୋନା ପଜିଟିଭ ଚିହ୍ନଟ

ଆଉ 3ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲାରେ 11କୁ ସଂଖ୍ୟା ପହଞ୍ଚିଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ।

କେନ୍ଦୁଝରରେ ପୁଣି 3 କୋରୋନା ପଜିଟିଭ ଚିହ୍ନଟ
କେନ୍ଦୁଝରରେ ପୁଣି 3 କୋରୋନା ପଜିଟିଭ ଚିହ୍ନଟ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ହାଟଡିହି ବ୍ଲକରେ ଆଉ 3ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସଂଖ୍ୟା 11ରେ ପହଞ୍ଚିଛି ।

କେନ୍ଦୁଝରରେ ପୁଣି 3 କୋରୋନା ପଜିଟିଭ ଚିହ୍ନଟ

ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ଗତ 14ତାରିଖରେ ସେମାନେ ପଶ୍ଚିମବଙ୍ଗରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ । କୋରୋନା ପଜିଟିଭ ଚିହ୍ନଟ ହେବା ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ତଥା ପ୍ରାଥମିକ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଥିଲେ ।

ଏହାପରେ ସେମାନଙ୍କୁ କଟକ କୋଭିଡ-19 ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ହାଟଡିହି ହାଇସ୍କୁଲକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ,ଜିଲ୍ଲାରେ ସମୁଦାୟ 11ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ,ସେମାନଙ୍କ ମଧ୍ୟରୁ ଅଦ୍ୟାବଧି 2ଜଣ ସୁସ୍ଥ ହୋଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : May 22, 2020, 2:59 PM IST

ABOUT THE AUTHOR

...view details