ଓଡିଶା

odisha

ETV Bharat / state

ଅଟୋକୁ ଧକ୍କା ଦେଲା ହାଇୱା, ଚାଲିଗଲା 3 ଜୀବନ

ଆନ୍ଦପୁରରେ ଟ୍ରକ ଓ ହାଇୱା ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

By

Published : Apr 22, 2022, 7:19 AM IST

ଆନ୍ଦପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ତିନି ମୃତ,
ଆନ୍ଦପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ତିନି ମୃତ,

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନ୍ଦପୁରରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡପଡା ଛକ ନିକଟରେ । ହାଇୱା ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ସାତକୋଶିଆରୁ ୪ଜଣ ଯାତ୍ରୀଙ୍କୁ ନେଇ ଜାବିନିପୁରକୁ ଆସୁଥିବା ଅଟୋକୁ ଓସ୍ତପୁରାରୁ ଚିପ୍ସ ବୋଝେଇ କରି ସାତକୋଶିଆ ଯାଉଥିବା ହାଇୱ। ଧକ୍କା ଦେଇଥିଲା ।

ଫଳରେ ଅଟୋରେ ଥିବା ଜାବିନିପୁର ଅଞ୍ଚଳର ୨ଜଣ ମହିଳା ଏବଂ ଜଣେ ପୁରୁଷ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗୁରୁତର ହୋଇଥିବା ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details