ଓଡିଶା

odisha

ETV Bharat / state

ରଥ ଟାଣିବା ହେଲା କାଳ; କରେଣ୍ଟ ଲାଗି ଦୁଇ ମୃତ, ଜଣେ ଗୁରୁତର - ରଥ ଟାଣିବା ହେଲା କାଳ କରେଣ୍ଟ ଲାଗି ଦୁଇ ମୃତ

ଜିଲ୍ଲାର ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ ଏକ ଲୁହା ରଥ ଦୀର୍ଘ ବର୍ଷ ଧରି ଟଣା ହୋଇଥାଏ । ସବୁବର୍ଷ ରଥ ଯାତ୍ରା ସମୟରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି କରେଣ୍ଟ କଟା ଯାଇଥାଏ । କିନ୍ତୁ ଚଳିତ ବର୍ଷ ବିଦ୍ୟୁତ ବିଭାଗ ପକ୍ଷରୁ କରେଣ୍ଟ କଟା ଯାଇନଥିଲା । ରଥ ଟାଣିବା ସମୟରେ ରଥଟି କଡ଼କୁ ଗଡି ଯାଇଥିଲା । ଅଧିକ ପଢନ୍ତୁ

ରଥ ଟାଣିବା ହେଲା କାଳ, କରେଣ୍ଟ ଲାଗି ଦୁଇ ମୃତ, ଜଣେ ଗୁରୁତର
ରଥ ଟାଣିବା ହେଲା କାଳ, କରେଣ୍ଟ ଲାଗି ଦୁଇ ମୃତ, ଜଣେ ଗୁରୁତର

By

Published : Jun 28, 2023, 10:27 PM IST

ରଥ ଟାଣିବା ହେଲା କାଳ, କରେଣ୍ଟ ଲାଗି ଦୁଇ ମୃତ, ଜଣେ ଗୁରୁତର

କେନ୍ଦୁଝର: ଆଜି ସାରା ଦେଶରେ ଗାଁ ରୁ ସହର ବିଶ୍ବ ପ୍ରସିଦ୍ଧ ବାହୁଡାଯାତ୍ରା ପାଳନ ହେଉଛି । ଏଥିପାଇଁ ଭକ୍ତଙ୍କ ମନରେ ଆନନ୍ଦ ପରିଲକ୍ଷିତ ହୋଇଛି । କିନ୍ତୁ ଏହି ଆନନ୍ଦ ଭିତରେ ଆସିଛି ଦୁଃଖଦ ସ୍ଥିତି । ଜିଲ୍ଲାର ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ ଏକ ଲୁହା ରଥ ଦୀର୍ଘ ବର୍ଷ ଧରି ଟଣା ହୋଇଥାଏ । ସବୁବର୍ଷ ରଥ ଯାତ୍ରା ସମୟରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି କରେଣ୍ଟ କଟା ଯାଇଥାଏ । କିନ୍ତୁ ଚଳିତ ବର୍ଷ ବିଦ୍ୟୁତ ବିଭାଗ ପକ୍ଷରୁ କରେଣ୍ଟ କଟା ଯାଇନଥିଲା । ରଥ ଟାଣିବା ସମୟରେ ରଥଟି କଡ଼କୁ ଗଡି ଯାଇଥିଲା । ଫଳରେ ଏହି ରଥ ପାଖରେ ଖାଦ୍ୟ ବଣ୍ଟନ କରୁଥିବା କିଛି ଡ୍ରାଇଭର ମହସଙ୍ଘର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ରଥ ଟିକୁ ସିଧା କରିବା ସମୟରେ ୧୧ କେଭି କରେଣ୍ଟ ସଂସ୍ପର୍ଶରେ ଆସିଥିଲା । ଏହି କରେଣ୍ଟ ଲାଗିବାରୁ ଲୁହା ରଥଟି କୁ ଧରିଥିବା କିଛି ଲୋକେ ଏହା ସଂସ୍ପର୍ଶରେ ଆସିଥିଲେ ।

ଫଳରେ ଘଟଣା ସ୍ଥଳରେ ଦୁଇ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ଭୁବନ ପଶି ଗ୍ରାମର ଯୁଗଳ କିଶୋର ବାରିକ ଓ କେନ୍ଦୁଆ ଗ୍ରାମର ବରୁଣ ଗିରି ବୋଲି ଜଣାପଡିଛି ।

ସେହିଭଳି ଅଧିକ ଗୁରୁତର ଜଣେ ହେଲେ ଶଙ୍କର୍ଷଣ ପ୍ରଧାନ ବୋଲି ଜଣାପଡ଼ିଛି । ଫୁଲମଣୀ ବାରିକ ଗୁରୁତର ହୋଇ ଝୁମ୍ପୁରା ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତି ହୋଇଥିବା ଜଣାପଡିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ସ୍ଥିତି କୁ ନିୟନ୍ତ୍ରଣ କରିଛି । ଦରକାର ସମୟରେ କରେଣ୍ଟ କାଟୁଥିବା ବିଦ୍ୟୁତ ବିଭାଗ ସଠିକ ସମୟରେ କରେଣ୍ଟ ନକାଟିବାରୁ ଏହି ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏପଟେ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡାଯାତ୍ରା ମଧ୍ୟ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୁରୁଣା ସହରର ବଡ଼ଦାଣ୍ଡରେ ଏହି ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ସକାଳୁ ଆଦ୍ୟପୂଜା ପରେ ପ୍ରଥମେ ଶ୍ରୀ ଜୀଉଙ୍କ ଆଦ୍ୟ ସେବକ କେନ୍ଦୁଝର ମହାରାଜା ପୁଷ୍ପାଞ୍ଜଳି ଦେଇଥିଲେ। ପରେ ଶ୍ରୀ ଜୀଉଙ୍କ ଧାଡି ପହଣ୍ଡି ଅନୁଷ୍ଠିତ ହୋଇଥିଲା । ତିନି ଠାକୁର ପ୍ରଥମେ ବଳଦେବଜୀଉ, ତାପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ଧାଡି ପହଣ୍ଡି କରି ମାନ୍ୟତା ପାଇଥିବା ବିଶ୍ୱର ବୃହତ ରଥ ନନ୍ଦିଘୋଷରେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା । ମହାରାଜାଙ୍କ ଛେରାପହଁରା ନୀତି ପରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details